Masthead

କ୍ଷମତାକୁ ଆସୁ ଆସୁ ଦେଶର ନାମ ବଦଳାଇଲା ତାଲିବାନ

(ବଡ଼ ଖବର ବ୍ୟୁରୋ): ତାଲିବାନୀ ଯୋଦ୍ଧାମାନେ ରବିବାର କାବୁଲ ଦଖଲ କରିବା ସହ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ ସେଠାରେ ରାଷ୍ଟ୍ରୀୟ ଧ୍ୱଜା ସହ ତାଲିବାନୀ ଝଣ୍ଡା ଉଡାଇବା ଫଳରେ ସମଗ୍ର ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବନୀ ରାଜ୍ । ତାଲିବାନୀର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଗନୀ ବରାଦରଙ୍କୁ ନୂତନ ରାଷ୍ଟ୍ରପତି ଭାବେ ନିଯୁକ୍ତି କରାଯାଇଛି । ୨୦ ବର୍ଷ ପରେ କ୍ଷମତା ପୁନର୍ଦଖଲ କରିବା ମାତ୍ରେ ତାଲିବାନୀମାନେ ଦେଶର ନୂଆ ନାମ ଦେଇଛନ୍ତି ‘ଇସଲାମିକ ଏମିରେଟ ଅଫ୍ ଆଫଗାନିସ୍ତାନ’ ।

୨୦ ବର୍ଷ ପୂର୍ବେ ତାଲିବାନୀମାନେ ଧାର୍ମିକ ଶୁଦ୍ଧୀକରଣ ଓ ଏମିରେଟ ଗଠନ ଉଦ୍ଦେଶ୍ୟରେ ଦେଶର ଠିକ୍ ଏହି ନାମକରଣ କରିଥିଲେ। ନୂଆ ନାମ ଘୋଷଣା ହେବା ମାତ୍ରେ ସାରା ଦୁନିଆ ଡରିଯାଇଛି । ବ୍ରିଟେନ୍, ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ଆପତ୍ତି ଉଠାଇଛନ୍ତି । ପୂର୍ବରୁ ବ୍ରିଟେନ କହିଥିଲା, କୌଣସି ପରିସ୍ଥିତିରେ ପୃଥିବୀରେ ଆଉ ଏକ ଇସଲାମିକ ଏମିରେଟର ଅଭ୍ୟୁଦୟକୁ ପ୍ରଶୟ ଦିଆଯିବ ନାହିଁ । ବ୍ରିଟେନ ଓ ଆମେରିକାର ଚେତାବନୀ ପ୍ରତି ଭୂକ୍ଷେପ ନକରି ତାଲିବାନୀମାନେ ଦେଶର ନୂଆ ନାମ ଘୋଷଣା କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି