Masthead

ନିଆରା କଳାକାର, ସଢେଇ ଏବଂ ବର୍ଜ୍ୟବସ୍ତୁକୁ ଦିଅନ୍ତି ଜୀବନ

କଟକ (ବଡ଼ ଖବର ବ୍ୟୁରୋ): ଓଡ଼ିଶା, କଳାକାରଙ୍କ ଏନ୍ତୁଡ଼ି ଶାଳ । କାରଣ କୋଣାର୍କ ମନ୍ଦିର ଠାରୁ ଆରମ୍ଭ କରି ଖଣ୍ଡଗିରିର ଗୁମ୍ଫାରେ ପଥରର କାରୁକାର୍ଯ୍ୟ ଯାହାକୁ ଦେଖିବାକୁ ବିଦେଶରୁ ପର୍ଯ୍ୟଟକ ଦୌଡି ଆସନ୍ତି ।ଆମ୍ଭେମାନେ ସଢେଇ,ବୋତଲକୁ ଅଦରକାରୀ ଭାବି ବା ବର୍ଜ୍ୟବସ୍ତୁ ଭାବି ଫପାଡି ଦେଉ ତାହାକୁ ଗୋଟାଇ ତୁଳି ଓ ହାତରେ ଆରୀ ଧରି କଳାର ଯାଦୁଗରୀ ଦ୍ୱାରା ବର୍ଜ୍ୟବସ୍ତୁରେ ଭରିଦିଅନ୍ତି ଜୀବନ। ଏ ଭଳି ନିଆରା କଳାକାର ହେଉଛନ୍ତି କଟକ ସଦର ବ୍ଲକ କନନ୍ଦରପୁରୁ ଗ୍ରାମର ଚିତ୍ତରଞ୍ଜନ ଭୋଇ ।

କିନ୍ତୁ ସେ କାହ୍ନୁ ଭୋଇ ଭାବେ ସମସ୍ତଙ୍କ ପାଖରେ ପରିଚିତ। ଆମ୍ଭେମାନେ ଯେଉଁ ସଢେଇ ଫୋପାଡି ଦେଉ ସେ ତାକୁ ଆଣି ସେଥିରେ ଦେବା ଦେବୀ, ରାଖୀଠୁ ଆରମ୍ଭ କରି ଘରର ନୀତ୍ୟ ବ୍ୟବହାରିକ ସାମଗ୍ରୀ ଅତି ସୁନ୍ଦର ଭାବେ ତିଆରି କରନ୍ତି। ସେ ବନାଇଥିବା ସାମଗ୍ରୀକୁ ଦେଖିଲେ ବିଶ୍ୱାସ ହେବନାହିଁ ସଢେଇରେ ଏ ସବୁ ତିଆରି ହୋଇଛି। ଖାଲି ସଢେଇ ନୁହେଁ ଅଦରକାରୀ ବୋତଲ କାହ୍ନୁ ବାବୁଙ୍କ ସ୍ପର୍ଶ ପାଇଲା ମାତ୍ରେ ସେ ବୋତଲ ପାଲଟି ଯାଏ ଘର ସାଜଶର୍ଯ୍ୟା ସାମଗ୍ରୀ। କାହ୍ନୁଙ୍କୁ ସହଯୋଗର ହାତ ବଢାନ୍ତି ନବମ ଶ୍ରେଣୀରେ ପଢ଼ୁଥିବା ଝିଅ ପୂଜା।ଏ ଭଳି ନିଆରା କଳାକାରକୁ ମିଳୁ ନାହିଁ ସରକାରୀ ପ୍ରୋତ୍ସାହନ।ଯାହା ଫଳରେ କଳାକୁ ଆଦରି ପରିବାର ପୋଷଣ କରୁଥିବା କାହ୍ନୁ ଆର୍ଥିକ ଅନଟନ ଜୀବନ ଅତିବାହିତ ହେଉଅଛି। ଯଦି ସରକାରୀ ପ୍ରୋତ୍ସାହନ କାହ୍ନୁଙ୍କୁ ମିଳନ୍ତା ତାଙ୍କର ଆର୍ଥିକ ଅବସ୍ଥା ସୁଧୁରିବା ସହିତ ଏ ଭଳି କଳାର ବିକାଶ ହେଲେ ପରିବେଶ ସ୍ଵଚ୍ଛ ରହି ପାରନ୍ତା

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା