Masthead

ପୋଲିସ ମାଡ଼ରେ ୫ ଗୁରୁତର

ପିପିଲି/ନିମାପଡା (ବଡ଼ ଖବର ବ୍ୟୁରୋ): ପୋଲିସର ବର୍ବରତା ସବୁ ସୀମା ଟପିଯାଇଛି । ଦୁଇ ଦୁଇଟି ହାଜତ ମୃତ୍ୟୁ ଅଭିଯୋଗ ପରେ ମଧ୍ୟ ପୋଲିସର ଅମାନୁଷିକ କାର୍ଯ୍ୟକଳାପରେ ଆସୁନି ସୁଧାର । ପୁଣି ପୁରୀ ପୋଲିସର ଖାକି ପୋଷାକରେ ଲାଗିଛି ନିର୍ଯାତନାର ଦାଗ । ୬ ଦିନ ଧରି ପ୍ଲାଷ୍ଟିକ ପାଇପ ଓ ରୋଲ ବାଡ଼ିରେ ୬ଅଭିଯୁକ୍ତଙ୍କୁ ର୍ନିଦ୍ଧୁମ ପିଟିଛି ପିପିଲି ପୋଲିସ । ସେମାନଙ୍କ ମଧ୍ୟରୁ ପ୍ରତାପ ବେହେରା, ଜଗନ୍ନାଥ ପୁଷ୍ପାଳକ, ଧରଣୀଧର ବେହେରା, ମହମ୍ମଦ ତଫିକ, ହାପିଜ ଖାନ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମାତ୍ରାଧିକ ମାଡ଼ ମାରିବାରୁ ସେମାନଙ୍କର ମାଂସ ସିଝି ଯାଇଛି । ଅଭିଯୁକ୍ତ ରାଜୁ ବେହେରାକୁ ପିପିଲି ପୋଲିସ ନିମାପଡା ଜେଲରେ ଛାଡିଛି । ପୁରୀ ଜିଲ୍ଲା ପୋଲିସ ନିକଟରେ ସ୍ଥାନୀୟ ଅଞ୍ଚଳକୁ ଅପରାଧି ମୁକ୍ତ କରିବାକୁ ଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ସ୍ପଟ ଫଇସଲା କରିଥିଲା । ଯାହା ଫଳରେ ପୋଲିସକୁ ପ୍ରବଳ ବଦନାମ ମୁଣ୍ଡାଇବାକୁ ପଡିଛି ।

ଏବେ ପିପିଲି ଘଟଣା ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି । ଗତ ୧୩ ତାରିଖରେ ପିପିଲି ପୋଲିସ ଏକ ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ୧୯ ତାରିଖ ରାତି ୧୦.୩୦ରେ ପୋଲିସ ଅଭିଯୁକ୍ତଙ୍କୁ ନିମାପଡା ସବଜେଲକୁ ଆଣିଥିଲା । ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜେଲ ସୁପରଟେଣ୍ଡଟ ସେମାନଙ୍କୁ ଚିକିତ୍ସା ପାଇଁ ପଠାଇ ଥିଲେ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ । ପୋଲିସ ସେଠାରେ ଅଭିଯୁକ୍ତଙ୍କର ଚିକିତ୍ସା କରାଇ ନିଜ ହେପାଜତରେ ରଖିଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ୨୦ ତାରିଖ ଦିନ ୧୨ ଟାରେ ପୁଣି ସେମାନଙ୍କୁ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ଅଭିଯୁକ୍ତ ରାଜୁ ବେହେରାକୁ ଛାଡିଦେଇ ଅନ୍ୟ ୫ ଜଣଙ୍କର ଦେହରେ ଗଭୀର କ୍ଷତ ହୋଇଥିବାରୁ ଡାକ୍ତର ସେମାନଙ୍କୁ ସଙ୍ଗେସଙ୍ଗେ କଟକ ବଡ଼ ସ୍ଥାନାନ୍ତର କରିଥିଲେ । ଅଭିଯୁକ୍ତ ରାଜୁକୁ ୨୦ ତାରିଖରେ ନିମାପଡା ଜେଲରେ ପିପିଲି ପୋଲିସ ଛାଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା