Masthead

ଖସିଲା ଲୋକପ୍ରିୟତା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୬୬%ରୁ ୨୪%କୁ ଖସିଲା ମୋଦିଙ୍କ ଲୋକପପ୍ରିୟତା । ଇଣ୍ଡିଆ ଟୁଡେର ଏକ ସର୍ଭେ ମୁଡ ଅଫ ଦ ନେସନ ଏହି ଆକଳନ କରିଛି । ଏହି ସର୍ଭେ ଅନୁସାରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ମାତ୍ର ୨୪% ଲୋକ ଚାହୁଁଛନ୍ତି । ୨୦୨୦ ଅଗଷ୍ଟ ମାସରେ ଏହା ୬୬% ରହିଥିଲା । କିନ୍ତୁ ଚଳିତ ବର୍ଷ ଅଗଷ୍ଟ ବେଳକୁ ଏହା ଖସି ୬୬%ରୁ ୨୪%ରେ ପହଞ୍ଚିଛି ।

ତେବେ ଏହାପଛରେ ସବୁଠାରୁ ବଡ଼ କାରଣ ରହିଛି କରୋନାର ଦ୍ୱିତୀୟ ଲହରରେ ନରେନ୍ଦ୍ର ମୋଦି ସରକାରଙ୍କ ବିଫଳତା । ସେହିପରି ଦ୍ୱିତୀୟ ସବୁଠାରୁ ବଡ଼ ଆଉ ଚର୍ଚ୍ଚିତ କାରଣ ହେଉଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କୁ ୧୧% ଲୋକ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଯୋଗ୍ୟ ବୋଲି ଭାବୁଛନ୍ତି । ତାଙ୍କ ପଛକୁ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଟ ୧୦% ଲୋକ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଯୋଗ୍ୟ ବୋଲି ଭାବୁଛନ୍ତି ।

ଉଭୟ ଯୋଗୀ ଓ ରାହୁଲଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ତେବେ ମୁଖ୍ୟମନ୍ତ୍ରୀ ର୍ୟାଙ୍କିଂକୁ ନଜର ପକାଇଲେ ୭ ନଂରେ ରହିଛନ୍ତି ଯୋଗୀ ଆଦିତ୍ୟନାଥ । ବିଜେପିର ମାତ୍ର ୨ଜଣ ମୁଖ୍ୟମନ୍ତ୍ରୀ ଶେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି । ତେବେ କୋଭିଡର ଦ୍ୱିତୀୟ ଲହରର ବିଫଳତାକୁ ନେଇ ୨୭% ଲୋକ ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣୀରେ ଲୋକ ମାନଙ୍କ ଏକାଠି ହେବାକୁ ଦାୟୀ କରିଥିବା ବେଳେ ୧୦% ଲୋକ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ସେହିପରି ୧୩% ଲୋକ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିବା ବେଳେ ୪୨% ଲୋକ ଉଭୟ କେନ୍ଦର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼