Masthead

ବଢୁଛି ଅରାଜକତା, ଶୁଣୁନି ପୋଲିସ

ବରୀ (ବଡ଼ ଖବର ବ୍ୟୁରୋ): ବରୀ ଅଞ୍ଚଳରେ ଦିନକୁ ଦିନ ବଢୁଛି ଯୁବକମାନଙ୍କ ଅରାଜକତା। ଖତରନାକ ଦିଲ୍ଲୀପ ନାୟକଙ୍କ ଘଟଣାପରେ ଆଉ ଏକ ଅମାନୁଷିକ ଘଟଣା ଘଟିଛି ବରୀ ଥାନା ସାହୁପଡ଼ା ପଞ୍ଚାୟତରେ।ସାହୁପଡା ପଞ୍ଚାୟତର ସରୋଜ ବାରିକ । ଦେଖିବାକୁ ସାଧା ସିଧା ହେଲେ ଖେଳ ତାଙ୍କର ଖତରନାକ ।

ଜମି ଜମା ବିବାଦକୁ ନେଇ ଗାଁ ସରପଞ୍ଚଙ୍କ ସମେତ ଭଦ୍ରଲୋକମାନେ ମୀମାଂସା କରିଥିଲେ ବି ସବୁ ଖୁଲମ୍ ଖୁଲା ଫାଙ୍କି ଦେଉଛି ସରୋଜ ବାରିକ। ଘରେ ପଶି ମାଡ଼ପିଟ କରିବା ସହ ସବୁ ଜମି ନେବି ବୋଲି ଜିଦ ଧରିଛି । । ଗତ କାଲି ସେହି ଗ୍ରାମର ରମେଶ ଘରେ ନଥିବା ସମୟରେ ସରୋଜ ହାତରେ ଠେଙ୍ଗା ଓ ତା ସ୍ତ୍ରୀ ହାତରେ ପନିକି ଧରି ରମେଶଙ୍କ ଘରେ ପଶି ରମେଶଙ୍କ ସ୍ତ୍ରୀ ଓ ଝିଅକୁ ନିର୍ଦ୍ଧୁମ ମାଡ ମାରିଥିଲେ। ଦିନ ତମାମ ପନିକି ଠେଙ୍ଗା ଧରି ରମେଶକୁ ହାଣିବାକୁ ଜଗିଥିଲେ। ଏମିତିକି ବାଙ୍ଗାଲୋରରେ ରହୁଥିବା ରମେଶର ଏକ ମାତ୍ର ପୁଅକୁ ଜୀବନରୁ ମାରିଦେବାକୁ ବି ଧମକ ଦେଲେ। ରମେଶ ଜୀବନ ଭୟରେ ବହୁ ସମୟ ଲୁଚି ରହିଥିଲା।

ଏ ନେଇ ବରୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଘଟଣାସ୍ଥଳକୁ ପୋଲିସ ନ ପହଞ୍ଚି ଥିବାରୁ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଘଟଣା ପଛରେ ଏକା ସରୋଜ ନା ଆଉ କାହା ହାତ ଅଛି , କାହା ବଳରେ ସରୋଜ ଏତେ ବଳିଆନ, କେବେ ନିଦ ଭାଙ୍ଗିବ ବରୀ ପୋଲିସ ର , ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁ ଥିବା ବେଳେ କାନ୍ଦି କାନ୍ଦି ଦିନ କଟୁଛି ରମେଶ ଙ୍କ ପରିବାରର ।

ସରୋଜ ରମେଶ ପରିବାରକୁ ଆକ୍ରମଣ କରିବା ସହିତ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କୁ ମଧ୍ୟ ଛାଡ଼ି ନାହିଁ । ବାରମ୍ବାର ଗାଁ ଦାଣ୍ଡରେ ଖରାପ ଭାଷାରେ ଗାଳି ଗୁଲଜ କରିବା ଘଟଣା ଏବେ ଅତିଷ୍ଠ କରିଛି ଗ୍ରାମବାସୀଙ୍କୁ। କିଛି ଅଘଟଣ ଘଟିବା ପୂର୍ବରୁ ଏବେ ଗଣମାଧ୍ୟମ ର ସାହାରା ନେଇଛନ୍ତି ଗ୍ରାମବାସୀମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ