Masthead

ହେନ୍ତାଳ ବନକୁ ବିପଦ, ଖରସ୍ରୋତା ପ୍ରକଳ୍ପକୁ ବିରୋଧ

ରାଜନଗର (ବଡ଼ ଖବର ବ୍ୟୁରୋ): ମଧୁର ଜଳ ଅଭାବରେ ଉଜୁଡି ପାରେ ଭିତରକନିକା ଜାତୀୟ ଉଦ୍ୟାନ । ଖରସ୍ରୋତା ନଦୀରେ ନିର୍ମାଣ ହେଉଥିବା ପ୍ରକଳ୍ପର ସିଧା ପ୍ରଭାବ ପଡିବ ଭିତରକନିକା ଉପରେ । ଯାହାଫଳରେ ଉପକୂଳ ଓଡ଼ିଶାକୁ ସୁରକ୍ଷା ଦେଉଥିବା ଭିତରକନିକାର ହେନ୍ତାଳବଣ ଏବେ ବିପଦ ଘେରରେ । ଜାତୀୟଉଦ୍ୟାନ ରେ ଚିହ୍ନଟ ହୋଇଛି ସମ୍ବେଦନଶୀଳ ଅଞ୍ଚଳ । ଯାହା ଏବେ ଚିନ୍ତାର ବିଷୟ ।

ଉପକୂଳ ଓଡ଼ିଶାର ସବୁଜବନାନୀ ଭିତରେ ଏକ ସୌନ୍ଦର୍ଯ୍ୟମୟ ପରିବେଶ ହେଉଛି ଭିତରକନିକା ଜାତୀୟ ଉଦ୍ୟାନ । ତ୍ରିକୋଣ ଭୂମିରେ ଗଢା ଏହି ଜାତୀୟ ଉଦ୍ୟାନ । ଭିତରକନିକାକୁ ଘେରି ରହିଛି ଖରସ୍ରୋତା ନଦୀ ।ଏହି ନଦୀ ଭିତରକନିକାକୁ ଯୋଗାଇଥାଏ ମଧୁର ଜଳ । ମଧୁର ଓ ଲୁଣି ଜଳରେ ସମିଶ୍ରଣରେ ସୃଷ୍ଟି ଭିତରକନିକା ଉଦ୍ୟାନର ହେନ୍ତାଳ ବଣ । ଯାହା ସମଗ୍ର ଉଦ୍ୟାନକୁ ଦେଇଥାଏ ନୂଆ ଏକ ପରିଚୟ । ହେଲେ ଏବେ ଉଜୁଡିବ ଭିତରକନିକା ଜାତୀୟ ଉଦ୍ୟାନ । ଚିହ୍ନଟ ହୋଇଛି ସମ୍ବେଦନଶୀଳ ଅଞ୍ଚଳ ।

ମଧୁରଜଳ ଅଭାବରେ ବିପଦ ଅବସ୍ଥାରେ ଭିତରକନିକାର ହେନ୍ତାଳ ବଣ । ଭିତରକନିକାକୁ ଖରସ୍ରୋତା ଯୋଗାଉଥିବା ମଧୁର ଜଳ କିଛି ଦିନ ପରେ ବନ୍ଦ ହୋଇଯିବ । ଖରସ୍ରୋତା ନଦୀରେ ନିର୍ମାଣ ହେଉଛି ମେଗାଜଳ ପ୍ରକଳ୍ପ । ପ୍ରକଳ୍ପ ମାଧ୍ୟମରେ ମଧୁର ଜଳ ଉଠାଯାଇ ଭଦ୍ରକ ବାଲେଶ୍ୱର ଜିଲ୍ଲାକୁ ଦିଆଯିବ । ଯାହାଫଳରେ ନଦୀ ଶୁଷ୍କ ହେବାର ସମ୍ଭାବନା ଅଧିକ । ମଧୁରଜଳ ଅଭାବ ହେଲେ ହେନ୍ତାଳ ବଣ ଉପରେ ପ୍ରଭାବ ପଡିପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋରଧରିଛି ।

ସେପଟେ ପ୍ରକଳ୍ପକୁ ବିରୋଧ କରି ଆମରଣ ଅନଶନରେ ବସିଛନ୍ତି ଇକୋ ସେନ୍ସିଟିଭ୍ ମନିଟରିଙ୍ଗର ସଦସ୍ୟ ଶ୍ରୀକାନ୍ତ ନାୟକ । ପ୍ରକଳ୍ପ ହେଲେ ଭିତରକନିକାରେ ଏଭଳି ପରିସ୍ଥିତି ସୃଷ୍ଟି ହେବା କଥା ଜାଣି ମଧ୍ୟ ସରକାର କିପରି ଏହାକୁ ଅନୁମତି ଦେଲେ ତାହା ଏବେ ପ୍ରଶ୍ନବାଚୀ । ସେପଟେ ଦାବି ପୂରଣ ନ ହେବା ଯାଏଁ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛି ଇକୋ ସେନ୍ସିଟିଭ୍ ମନିଟରିଙ୍ଗ୍ କମିଟି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା