Before Header

ଆମେରିକା ସହ ଭାରତ କରିବ ଚୁକ୍ତି

0 16

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆମେରିକାର ମିଳିତ ସଂସଦରେ ଉଦବୋଧନ ଦେବେ । ପରେ ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କ ପକ୍ଷରୁ ଆୟୋଜିତ ରାତ୍ରୀଭୋଜନରେ ଯୋଗଦେବେ । ମୋଦୀଙ୍କ ଏହି ଗସ୍ତରେ ଆମେରିକା ସହ ପ୍ରତିରକ୍ଷା ଓ ବାଣିଜ୍ୟିକ ସମେତ ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହେବ ।

ଗତକାଲି ମୋଦୀ ଟେସଲା ମୁଖ୍ୟ ଏଲନ ମସ୍କଙ୍କ ସମେତ ବିଭିନ୍ନ କମ୍ପାନୀର ସିଇଓଙ୍କ ସହ ଆଲୋଚନା କରିଥିଲେ । ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସରକାରୀ ବିଦେଶ ଗସ୍ତ । ଭାରତକୁ ପୁଞ୍ଜି ନିବେଶ ପାଇଁ ଆଲୋଚନା ହୋଇଥିବା ସୂଚନା ମିଳୁଛି ।

Leave A Reply

Your email address will not be published.