Masthead

ତାଲିବାନକୁ ଶକ୍ତ ଝଟ୍କା, ପଞ୍ଜଶିରାରେ ହୋଇପାରେ ଯୁଦ୍ଧ

କାବୁଲ (ବଡ଼ ଖବର ବ୍ୟୁରୋ) : ତାଲିବାନକୁ ଶକ୍ତ ଝଟ୍କା । ଆଫଗାନିସ୍ତାନରେ ରକ୍ତର ହୋଲି ଖେଳୁଥିବା ତାଲିବାନ ସଂଗଠନର ତିନିଶହ ଲୋକଙ୍କୁ ହତ୍ୟା କରିଛି ନର୍ଦ୍ଦନ ସଂଗଠନ । କାବୁଲର ଉତ୍ତରରେ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି ପଞ୍ଜଶିରା । ଏଠିକାର ଜନସଂଖ୍ୟା ମାତ୍ର ଦୁଇ ଲକ୍ଷ । ପଞ୍ଜଶିରା ନିବାସୀ କହିଛନ୍ତି ଯେ ସେମାନେ ତାଲିବାନୀଙ୍କୁ ଡରନ୍ତି ନାହିଁ । ତାଙ୍କ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ।

୭୦ ଏବଂ ୮୦ ଦଶକରେ ଯେତେବେଳେ ତାଲିବାନ ପଞ୍ଜଶୀରକୁ ନିଜ ଦଖଲକୁ ନେବାକୁ ପ୍ରୟାସ କରିଥିଲା। ହେଲେ ସଫଳ ହୋଇପାରି ନଥିଲା । ଏହି ସମୟରେ ସୋଭିଏତ୍ ୟୁନିଅନ (ରୁଷ) ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲ। ହେଲେ ପଞ୍ଜଶୀରର ବିଦ୍ରୋହୀଙ୍କ ଆଗରେ ପରାସ୍ତ ହୋଇଥିଲେ। ଏଠାରେ ତାଜିକ୍ ସମ୍ପ୍ରଦାୟରେ ବସବାସ କରୁଥିବା ଲୋକମାନେ ରୁହନ୍ତି। ଯେଉଁମାନେ କି ଚେଙ୍ଗିଜ୍ ଖାନଙ୍କ ବଂଶଧର। ଏହି ସମ୍ପ୍ରଦାୟ ଏବେ ତାଲିବାନ ପାଇଁ ବଡ଼ ଆହ୍ୱାନ। ଆଫଗାନିସ୍ତାନରେ ଏବେ ବି ପଞ୍ଜଶିରା ଘାଟିକୁ ନିଜ ଦଖଲକୁ ନେଇ ପାରିନାହିଁ ତାଲିବାନ। ଦେଶରେ କ୍ଷମତା ଦଖଲ କରିବା ପରେ ତାଲିବାନଙ୍କ ପ୍ରତି ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିଛି ପଞ୍ଜଶିରା । ଏବେ ଏହି ଅଞ୍ଚଳକୁ ନିଜ ଦଖଲକୁ ନେବା ପାଇଁ ତାଲିବାନୀ ପଞ୍ଜଶିରା ମୁହାଁ ହୋଇଛନ୍ତି। ଅନ୍ୟପଟେ ପଞ୍ଜଶିରାରେ ଥିବା ତାଲିବାନର ବିଦ୍ରୋହୀ ଆତ୍ମସମର୍ପଣ କରିବେ ନାହିଁ ବୋଲି ରୋକଠୋକ୍ କହିସାରିଛନ୍ତି। ତେଣୁ ଆଗାମୀ ଦିନରେ ତାଲିବାନୀ ଏବଂ ପଞ୍ଜଶିରାରେ ଥିବା ବିଦ୍ରୋହୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତାଲିବାନୀଙ୍କ ଦାବି ରହିଛି ଯେ ଯଦି ବିଦ୍ରୋହୀ ଶାନ୍ତିପୂର୍ଣ୍ଣ ଭାବରେ ଅହମଦ ମାସୁଦଙ୍କୁ ଦେଇଦେବେ ତାହେଲେ ସେ କୌଣସି ପ୍ରକାର କ୍ଷତି ପହଞ୍ଚାଇବେ ନାହିଁ। ଅନ୍ୟପଟେ ଅହମଦ ମାସୁଦ ଆତ୍ମସମର୍ପଣ କରିବେ ନାହିଁ ବୋଲି କହି ସାରିଛନ୍ତି । ତାଲିବାନୀଙ୍କ ସହିତ ସେ ଏବଂ ତାଙ୍କ ସମର୍ଥକ ଯୁଦ୍ଧ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ତାଲିବାନୀମାନେ ପଞ୍ଜଶିରା ଘାଟି ମୁହାଁ ହୋଇଥିବା ଦେଖି ପଞ୍ଜଶିରା ବିଦ୍ରୋହୀଙ୍କ କବଜାରେ ଥିବା ଦେହ-ଏ-ସଲାହ ଜିଲ୍ଲାରେ ଯୁଦ୍ଧ ବିମାନକୁ ପ୍ରସ୍ତୁତ କରାଯାଉଥିବା ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି