Masthead

‘ନବୀନଙ୍କୁ ଭାରତ ରତ୍ନ ଦିଅ’

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପାଇଁ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱର୍କ (ସ୍କାନ ) ପକ୍ଷରୁ ସମ୍ବଲପୁରରୁ ଆରମ୍ଭ ହୋଇଥିବା ରାଜ୍ୟ ବ୍ୟାପୀ ଦସ୍ତଖତ ଅଭିଯାନ ଆଜି ଦେବଗଡ଼ରେ ପହଞ୍ଚିଥିଲା । ଏହି ଅବସରରେ ସ୍ଥାନୀୟ ମୁନସିପାଲିଟି ଛକରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ପଥପ୍ରାନ୍ତ ସଭାରେ ଇଂ. ଚିତ୍ତ ରଞ୍ଜନ ପ୍ରଧାନ, ଇଂ ସୁଜିତ ପ୍ରଧାନ, ଯୁବ ନେତା ସୁକଦେବ ଭଞ୍ଜ, ପ୍ରତାପ ଦେବ, ରୂପକ ମାଝୀ, ମନୋଜ ଆଚାର୍ଯ୍ୟ, ଶରତ ମେହେର, ଅଞ୍ଜନ ପ୍ରଧାନ, ଶନି ଦେବ ପ୍ରମୁଖ ସାମିଲଥିଲେ । ଦେବଗଡ଼ ମୁନସିପାଲିଟି ଅଂଚଳର ସମସ୍ତ ୧୧ ଟି ୱାର୍ଡରେ ଏହି ଦସ୍ତଖତ ଅଭିଯାନକୁ ବ୍ୟାପକ କରିବା ପାଇଁ ସ୍ଥିର ହୋଇଥିଲା ।

ସଭା ପ୍ରାରମ୍ଭରେ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱର୍କ ଅଧ୍ୟକ୍ଷ ତଥା ରାଜ୍ୟ ଆବାହକ ସୁଧାଂଶୁ ମହାରଣା ଦସ୍ତଖତ ଅଭିଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ସଂଯୋଜକ ସରୋଜ ସାହୁ ଏହି ଦସ୍ତଖତ ଅଭିଯାନରେ ଦେବଗଡ଼ବାସୀ ବିପୁଳ ସମର୍ଥନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା