‘ନବୀନଙ୍କୁ ଭାରତ ରତ୍ନ ଦିଅ’

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପାଇଁ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱର୍କ (ସ୍କାନ ) ପକ୍ଷରୁ ସମ୍ବଲପୁରରୁ ଆରମ୍ଭ ହୋଇଥିବା ରାଜ୍ୟ ବ୍ୟାପୀ ଦସ୍ତଖତ ଅଭିଯାନ ଆଜି ଦେବଗଡ଼ରେ ପହଞ୍ଚିଥିଲା । ଏହି ଅବସରରେ ସ୍ଥାନୀୟ ମୁନସିପାଲିଟି ଛକରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ପଥପ୍ରାନ୍ତ ସଭାରେ ଇଂ. ଚିତ୍ତ ରଞ୍ଜନ ପ୍ରଧାନ, ଇଂ ସୁଜିତ ପ୍ରଧାନ, ଯୁବ ନେତା ସୁକଦେବ ଭଞ୍ଜ, ପ୍ରତାପ ଦେବ, ରୂପକ ମାଝୀ, ମନୋଜ ଆଚାର୍ଯ୍ୟ, ଶରତ ମେହେର, ଅଞ୍ଜନ ପ୍ରଧାନ, ଶନି ଦେବ ପ୍ରମୁଖ ସାମିଲଥିଲେ । ଦେବଗଡ଼ ମୁନସିପାଲିଟି ଅଂଚଳର ସମସ୍ତ ୧୧ ଟି ୱାର୍ଡରେ ଏହି ଦସ୍ତଖତ ଅଭିଯାନକୁ ବ୍ୟାପକ କରିବା ପାଇଁ ସ୍ଥିର ହୋଇଥିଲା ।

ସଭା ପ୍ରାରମ୍ଭରେ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱର୍କ ଅଧ୍ୟକ୍ଷ ତଥା ରାଜ୍ୟ ଆବାହକ ସୁଧାଂଶୁ ମହାରଣା ଦସ୍ତଖତ ଅଭିଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ସଂଯୋଜକ ସରୋଜ ସାହୁ ଏହି ଦସ୍ତଖତ ଅଭିଯାନରେ ଦେବଗଡ଼ବାସୀ ବିପୁଳ ସମର୍ଥନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!