ପୁଣି ସୀମାରୁ ଯବାନଙ୍କ ଦୁଃଖ, ସୋର ବିଧାୟକ ବିରୋଧରେ ଅଭିଯୋଗ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ସାମ୍ନାକୁ ଆସିଲା ଜଣେ ଓଡ଼ିଆ ଯବାନଙ୍କ ଦୁଃଖ । ଯବାନଙ୍କ ପାଇଁ ଏବେ ବାଲେଶ୍ବର ଜିଲ୍ଲାର ଆଇନ ପରିସ୍ଥିତି ହୋଇ ପଡିଛି ବିପର୍ଯ୍ୟସ୍ତ । ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ପରିବାର ଆଜି ଅସୁରକ୍ଷିତ । ବାଲେଶ୍ଵର ଜିଲ୍ଲା ନୀଳଗିରି ପରେ ପୁଣି ବାହାନଗା ଅଞ୍ଚଳର ଜଣେ ଯବାନ କହିଲେ ନିଜର ଦୁଖ ଓ ବେଦନା । ବାଲେଶ୍ଵର ଜିଲ୍ଲାପାଳ ଏବଂ ଏସପି କେହିବି ଦେଇପାରିଲେନି ମୋ ପରିବାରକୁ ନ୍ୟାୟ ।

ସୀମାରୁ ଥାଇ ନିଜେ ଭିଡିଓ ଭାଇରାଲ କରିଛନ୍ତି ଯବାନ ଜଣକ । ଭିଡିଓରେ କହିଛନ୍ତି ତାଙ୍କ ପରିବାରକୁ ଦୀର୍ଘଦିନ ଧରି ନିର୍ୟାତନା ଦେଉଛନ୍ତି ପୋଡ଼ଶୀ । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ରୁପଖଣ୍ଡ ଗାଁର ବିଜୟ କୁମାର ବେହେରା ମଣିପୁର ଇଣ୍ଡୋ ମେୟମାର ସୀମାରେ ନିଯୋଜିତ ଅଛନ୍ତି । ଗାଁରେ ଜମିବାଡିକୁ ନେଇ କିଛି ଲୋକ ତାଙ୍କ ପରିବାରକୁ ନିର୍ୟାତନା ଦେଉଛନ୍ତି । ପୋଲିସ ପାଖରେ ବାରମ୍ବାର ଅଭିଯୋଗ କଲେବି କିଛି ଫଳ ମିଳୁନି ।

ଯବାନ ଜଣକ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଏସପିଙ୍କୁ ଜଣାଇବା ପରେବି କେହି ଯବାନଙ୍କ ପରିବାର କଥା ବୁଝୁନାହାନ୍ତି । ପୋଡ଼ଶୀ ଜଣକ ମିଛ ରେପ କେଶରେ ଫସାଇ ଦେଇଥିବା କଥା କହିଛନ୍ତି ଯବାନ । କିଛିଦିନ ତଳେ ନୀଳଗିରି ଅଞ୍ଚଳରେ ଜଣେ ଯବାନଙ୍କ ଭିଡିଓ ଭାଇରାଲର ଚିତ୍ର ସାମ୍ନାକୁ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ