Masthead

ଆବାସ ଯୋଜନାରେ ଦୁର୍ନୀତି

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ଯୋଜନାରେ ହିତାଧିକାରୀଙ୍କ ବଦଳରେ ଦଲାଲମାନେ ସାମିଲ ହୋଇ ଘର କରିଦେବା ଆଶା ଦେଖାଇ ଟଙ୍କା ହଡପ କରୁଛନ୍ତି । ଏପରିକି କିଛି ସ୍ଥାନରେ ଦଲାଲ ସମସ୍ତ ଟଙ୍କା ହିତାଧିକାରୀଙ୍କ ଠାରୁ ନେଇଯିବା ପରେ ଘର ନିର୍ମାଣ ସଂପୂର୍ଣ୍ଣ କରୁ ନଥିବା ଦେଖିବାକୁ ମିଳିଛି।ଏଭଳି ଅଭିଯୋଗ ଆସିଛି କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ପଂଚାୟତ ଅଂଚଳରୁ ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ପଂଚାୟତ ଛେଣ୍ଡିଗୁଡା ଗାଁ ରେ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ ଅଭିଯୋଗ ହୋଇଛି । ଘଟଣା ଅନୁସାରେ ଛେଣ୍ଡିଗୁଡା ର ତିନିଜଣ ହିତାଧିକାରୀଙ୍କ ଆବାସ ଯୋଜନାରେ ସାମିଲ ହେବାପରେ ବ୍ଲକ କାର୍ଯାଳୟରୁ ଗୃହ ନିର୍ମାଣ ପାଇଁ ଆଦେଶ ପାଇବା ସହ ଅଗ୍ରୀମ ୨୦୦୦୦ ଟଙ୍କା ପାଇଥିଲେ । ଏହା ଜାଣିବା ପରେ ଦୁଇଜଣ ଦଲାଲ ଏବଂ ସରପଞ୍ଚଙ୍କ ସ୍ୱାମୀ ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ କରିଦେବେ କହି ତାଙ୍କ ଠାରୁ ସମସ୍ତ ଦସ୍ତାବିଜ ଏବଂ ଅଗ୍ରୀମ ଟଙ୍କା ନେଇଥିଲେ । ସେଭଳି ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ୩୫୦୦୦ ଟଙ୍କା ହିତାଧିକାରୀଙ୍କ ଠାରୁ ନେଇ ଯାଇଥିଲେ ।

କିନ୍ତୁ ଗୃହ ନିର୍ମାଣ ସକାଶେ କୌଣସି ପଦକ୍ଷେପ ନେଇନଥିଲେ । ଶେଷ ପର୍ଯ୍ୟାୟରେ ବ୍ୟାଙ୍କ ରୁ ସମସ୍ତ ଟଙ୍କା ଉଠାଣ କରାଯାଇଥିବାବେଳେ ସେ ସମ୍ପର୍କରେ ହିତାଧିକାରୀ ଜାଣିନଥିବା ଅଭିଯୋଗ ହୋଇଛି । ତେବେ ଗୃହ ନିର୍ମାଣ ଆରମ୍ଭ ହେବା ପରଠାରୁ ସମସ୍ତ ପର୍ଯ୍ୟାୟରେ ପଞ୍ଚାୟତ ପକ୍ଷରୁ ଜିଓ ଟ୍ୟାଗ କରି ଗୃହ କାର୍ଯ୍ୟର ଫୋଟୋ ଉଠାଯାଇ ବିଭାଗୀୟ ୱେବସାଇଟରେ ଅପଲୋଡ଼ କରିବାପରେ ହିଁ ପର୍ଯ୍ୟାୟ କ୍ରମେ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର୍ମର ହୋଇଥାଏ । କିନ୍ତୁ ଏଠାରେ ମିଥ୍ୟା ଫୋଟୋ ଅପଲୋଡ଼ କରାଯାଇ ବିଭାଗ ପକ୍ଷରୁ ଟଙ୍କା ବ୍ୟାଙ୍କରେ ଜମା କରାଯାଇଥବାବେଳେ ତାକୁ ଏହି ଦଲାଲମାନେ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ପ୍ରକୃତ ହିତାଧିକାରୀ ।

ଏଭଳି ଘଟଣା ଜାଣିବା ପରେ ହିତାଧିକାରୀ ମାନେ ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସବୁଠାରୁ ବଡ଼କଥା ହେଲା କାମ ନ ହୋଇ ହିତାଧିକରୀଙ୍କ ଆକାଉଣ୍ଟକୁ ପୂରା ଟଙ୍କା ଅସିଲା କେମିତି ଏବଂ ଦାୟିତ୍ବରେ ଥିବା ଅଧିକାରୀ ନିର୍ମାଣ କାମ ଅନୁଧ୍ୟାନ ନକରି କିଭଳି ବିଭାଗକୁ ସୂଚନା ଦେଲେ । ଏ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ପଚାରିବାରୁ ସେ ଏହାର ତଦନ୍ତ ନିର୍ଦ୍ଦେଶ ଦିଯାଇଥିବାବେଳେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ