ପୋଲିସ କରୁଛି ଗଞ୍ଜେଇ ବେପାର

କୋରାପୁଟ(ବଡ଼ ଖବର ବ୍ୟୁରୋ): ପୋଲିସ କରୁଛି ଗଞ୍ଜେଇ ବେପାର । କୋରାପୁଟ ଜିଲ୍ଲା ଜୟପୁରରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଚୋରା ଗଞ୍ଜେଇ ବେପାର କରୁଥିବା ଅଭିଯୋଗରେ ପୋଲିସ ୬ ଜଣଙ୍କ ସହ ଜଣେ ହୋମଗାର୍ଡଙ୍କୁ ଗିରଫ କରିଛି । ଗୋଟିଏ ଟ୍ରକ ଅମ୍ବାଗୁଡା ନିକଟରୁ ଓ ଆଉ ଗୋଟିଏ ଟ୍ରକ ଜୟପୁର ଘାଟି ନିକଟରୁ ଜବତ ହୋଇଛି ।

ଗୋଟିଏ ଟ୍ରକରୁ ୧ ଟନ ଗଞ୍ଜେଇ ଜବତ ହୋଇଥିବାବେଳେ ଅନ୍ୟ ଏକ ଟ୍ରକରୁ ୫ ଶହ ୭୯ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢକୋଟି ଟଙ୍କା ହେବ ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି । ସେଥିରେ ଗୋଟିଏ କୋଇଲା ବୋଝୋଇ ଟ୍ରକ ରହିଛି । ଅମ୍ବାଗୁଡା ନିକଟରୁ ଜବତ ହୋଇଥିବା ଗଞ୍ଜେଇ ଟ୍ରକରେ ଜଣେ ପୋଲିସ ହୋମଗାର୍ଡ ଥିଲେ।ହୋମଗାର୍ଡ ଜଣକ କୋଲାବ ଅଞ୍ଚଳର ବୋଲି ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ