Masthead

ସୀମାରୁ ଶୁଭିଲା ଯବାନଙ୍କ ସ୍ୱର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ସୀମାରୁ ଶୁଭିଲା ଯବାନଙ୍କ ସ୍ୱର । ଜମିଜମା ବିବାଦକୁ ନେଇ କିଭଳି ଜଣେ ଯବାନଙ୍କ ପରିବାରକୁ, ନେତା ଓ ପ୍ରଶାସନ ମିଶି ନିର୍ଯ୍ୟାତନା ଦେଉଛନ୍ତି ତାର ପୁରା କାହଣୀ ବଖାଣିଛନ୍ତି ଯବାନ । କେବଳ ସେତିକି ନୁହେଁ ସ୍ଥାନୀୟ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ନୀଳଗିରି ପରେ ବାହନଗା । ପୁଣି ସୀମାରୁ ଯବାନଙ୍କ ଦୁଃଖର କାହାଣୀ ।

ବାଲେଶ୍ୱରରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା । ମଣିପୁର ଇଣ୍ଡୋ- ମିୟାମାର ସୀମାରୁ ସିପାହୀଙ୍କ ପରିବାରକୁ ନିର୍ଯ୍ୟତନାର ଛାତି ଥରା ସ୍ୱର । କିଭଳି ପ୍ରଶାସନ ଓ ରାଜନେତା ମିଶି ଜଣେ ସପାହୀଙ୍କ ପରିବାରକୁ ନିର୍ଯ୍ୟତନା ଦେଉଛନ୍ତି ,ତାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ସୋର ବିଧାୟକ ପର୍ଶୁରାମ ଧଡାଙ୍କ ନାଁରେ ସଂଘାତିକ ଅଭିଯୋଗ ଆଣିଛନ୍ତି ବାହନଗାଁ ରୂପଖଣ୍ଡି ଗାଁର ବିଜୟ କୁମାର ବେହେରା । କିଭଳି ବିଧାୟକ ଓ ତହସିଲଦାର ମିଶି ଜାଣିଶୁଣି ତାଙ୍କ ପରିବାରକୁ ନିର୍ଯ୍ୟାତନା ଦେଉଛନ୍ତିି ଭିଡିଓରେ କହିଛନ୍ତି ଯବାନ । ଗାଁରେ ଜମିବାଡ଼ି ବିବାଦକୁ ନେଇ କିଛିଦିନ ହେବ ଜଣେ ପଡ଼ୋଶୀ ଯବାନଙ୍କ ପରିବାରକୁ ନିର୍ଯାତନା ଦେଇ ଆସୁଛନ୍ତି । ପ୍ରତିବାଦ କଲେ ମିଛ କେସ୍ ପାଇଁ ଧମକ ମିଳୁଛି ।

ଯବାନ ଏହି ଭିଡ଼ିଓ ଭାଇରାଲ ପରେ ଖାଲି ବିଧାୟକ କି ତହସିଲଦାର ନୁହଁନ୍ତି, ବିବାଦକୁ ଆସିଛନ୍ତି ଖୋଦ ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚର୍କବର୍ତ୍ତି ଓ ଏସପି । ପରିବାରକୁ ନିଯ୍ୟାତନା ନେଇ ସ୍ଥାନୀୟ ପୋଲସ, ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇଛନ୍ତି ଯବାନ । କାହିଁକି ଜଣେ ଯବାନ ସୀମାରୁ ଭାଇରାଲ କଲେ ଭିଡ଼ିଓ । ପ୍ରଥମେ ନୀଳଗିରି ପରେ ଏବେ ବାହନଗା । ବାଲେଶ୍ୱର ଜିଲ୍ଲାରେ ଜଣକ ପରେ ଜଣେ ଯବାନଙ୍କ ଏବେ ପରିବାର ନିର୍ଯ୍ୟତନା ନେଇ ଭିଡ଼ିଓ ଚର୍ଚାକୁ ଆସିଛନ୍ତି । ଏହା ଜିଲ୍ଲା ପୋଲିସର ନ୍ୟାୟିକ ବ୍ୟବସ୍ଥା ଉପରେ ସିଧାସଳଖ ଅଙ୍ଗୁଳି ଉଠାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼