ଗଛକୁ ରାକ୍ଷୀ ବାନ୍ଧି ନିଆରା ଢଙ୍ଗରେ ବିରୋଧ

ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ): ଜଙ୍ଗଲ ଜମିରେ ଶିଳ୍ପ ବର୍ଜ୍ୟ ପରିଚାଳନା ଯୋଜନାକୁ ବିରୋଧ । ଗଛକୁ ରାକ୍ଷୀ ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଦେଖନ୍ତୁ ଏ ଦୃଶ୍ୟକୁ । ଏ ହେଉଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜୁନିଏନଗ୍ରାମର ଦୃଶ୍ୟ । ଅଞ୍ଚଳରେ ଥିବା ୬୫ଏକର ଚାଷଜମି ଉପରେ ହୋଇଛି ଶିଳ୍ପ ବର୍ଜ୍ୟ ପରିଚାଳନାର ଯୋଜନା । ରାମକୀ କମ୍ପାନୀର ଏହି ଯୋଜନାକୁ ବିରୋଧ କରି ପୁଞ୍ଜି ପଥର ମଣ୍ଡପ ଠାରେ ରାମକୀ କମ୍ପାନୀର ଜନ ଶୁଣାଣି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ପୂର୍ବତନ ସରପଞ୍ଚ ବେଣୁଧର ଭୋଇଙ୍କ ଅଧକ୍ଷତାରେ ଆରମ୍ଭ କରାଯାଇଥିଲା ସଭା କ୍ଷ ଏହି ସଭାରେ ଯୋଗ ଦେଇ ଥିଲେ ଜନିଏନ ଓ କୁଡାଲୋଇ ଗ୍ରାମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି । ଶିଳ୍ପ ବର୍ୟ୍ୟ ପରିଚାଳନା ପ୍ରସ୍ତାବକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି । ଏହାସହ ଉକ୍ତ ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜୁନିଏନ ଓ ବାଣ୍ଡି ପାହାଡ଼ର ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଦେଖିବାକୁ ବାକି ରହିଲା କେବେ ଅଞ୍ଚଳବାସୀଙ୍କ ଅଭିଯୋଗର ଶୁଣାଣି ହେବ ଏବଂ ଶିଳ୍ପ ବର୍ଜ୍ୟ ପରିଚାଳନା ଯୋଜନାକୁ ରୋକାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’