Masthead

ଗଛକୁ ରାକ୍ଷୀ ବାନ୍ଧି ନିଆରା ଢଙ୍ଗରେ ବିରୋଧ

ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ): ଜଙ୍ଗଲ ଜମିରେ ଶିଳ୍ପ ବର୍ଜ୍ୟ ପରିଚାଳନା ଯୋଜନାକୁ ବିରୋଧ । ଗଛକୁ ରାକ୍ଷୀ ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଦେଖନ୍ତୁ ଏ ଦୃଶ୍ୟକୁ । ଏ ହେଉଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜୁନିଏନଗ୍ରାମର ଦୃଶ୍ୟ । ଅଞ୍ଚଳରେ ଥିବା ୬୫ଏକର ଚାଷଜମି ଉପରେ ହୋଇଛି ଶିଳ୍ପ ବର୍ଜ୍ୟ ପରିଚାଳନାର ଯୋଜନା । ରାମକୀ କମ୍ପାନୀର ଏହି ଯୋଜନାକୁ ବିରୋଧ କରି ପୁଞ୍ଜି ପଥର ମଣ୍ଡପ ଠାରେ ରାମକୀ କମ୍ପାନୀର ଜନ ଶୁଣାଣି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ପୂର୍ବତନ ସରପଞ୍ଚ ବେଣୁଧର ଭୋଇଙ୍କ ଅଧକ୍ଷତାରେ ଆରମ୍ଭ କରାଯାଇଥିଲା ସଭା କ୍ଷ ଏହି ସଭାରେ ଯୋଗ ଦେଇ ଥିଲେ ଜନିଏନ ଓ କୁଡାଲୋଇ ଗ୍ରାମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି । ଶିଳ୍ପ ବର୍ୟ୍ୟ ପରିଚାଳନା ପ୍ରସ୍ତାବକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି । ଏହାସହ ଉକ୍ତ ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜୁନିଏନ ଓ ବାଣ୍ଡି ପାହାଡ଼ର ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଦେଖିବାକୁ ବାକି ରହିଲା କେବେ ଅଞ୍ଚଳବାସୀଙ୍କ ଅଭିଯୋଗର ଶୁଣାଣି ହେବ ଏବଂ ଶିଳ୍ପ ବର୍ଜ୍ୟ ପରିଚାଳନା ଯୋଜନାକୁ ରୋକାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ