କାବୁଲ ଏୟାରପୋର୍ଟରେ ସିରିଜ୍ ବିସ୍ଫୋରଣ: ୪୦ ମୃତ

(ବଡ଼ ଖବର ବ୍ୟୁରୋ): କାବୁଲ ଏୟାରପୋର୍ଟରେ ସିରିଜ୍ ବିସ୍ଫୋରଣ । ଏୟାରପୋର୍ଟ ଗେଟ୍ ନିକଟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୪୦ ମୃତ ଓ ୧୨୦ରୁ ଉଦ୍ଧ୍ୱର୍ ଗୁରୁତର ହୋଇଥିବା ସୂଚନା ମିଳିଛି । ବରୁଣ ହୋଟେଲ ଓ ତରାଜ ସେନା ନିକଟରେ ହୋଇଛି ବିସ୍ଫୋରଣ । ବିସ୍ଫୋରଣରେ ଆଇଏସଆଇଏସର ହାତ ଥିବା କହିଛି ତାଲିବାନ । ଗୁରୁତରଙ୍କ ମଧ୍ୟରେ ୩ ଆମେରିକା ସୈନ୍ୟ ଥିବା ସୂଚନା ମିଳିଛି । ଆମେରିକା ଦୂତାବାସ ପକ୍ଷରୁ ଦିଆଯାଇଛି ଏହି ସୂଚନା । ବିସ୍ଫୋରଣ ପରେ ଫ୍ରାନ୍ସ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କାବୁଲ ବିମାନ ବନ୍ଦରକୁ ନ ଆସିବା ପାଇଁ ନିଜ ଦେଶର ନାଗରିକମାନଙ୍କୁ ଫ୍ରାନ୍ସ ନିର୍ଦ୍ଦେଶ ଦେଇଛି ।

ତାଲିବାନ ମୁଖପାତ୍ର କହିଛନ୍ତି, ପାକିସ୍ତାନ ତାଲିବାନର ସେକେଣ୍ଡ ହୋମ୍ । ତାଲିବାନ ସହ ପାକିସ୍ତାନର ସାଂସ୍କୃତିକ ଓ ଧାର୍ମିକ ଭାବନା ଜଡ଼ିତ ରହିଛି । ବିସ୍ଫୋରଣ ପରେ ତାଲିବାନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆଇଏସ ଗ୍ରୁପ୍ ଏହି ବିସ୍ଫୋରଣରେ ଜଡ଼ିତ ବୋଲି ତାଲିବାନ କହିଛି । ତାଲିବାନ ମୁଖପାତ୍ର ଜହିବୁଲ୍ଲା ମୁଜାହିଦ୍ କହିଛନ୍ତି, ଇରାକ ଓ ସିରିଆରେ ସକ୍ରିୟ ଥିବା ଆଇ ଏସ ଆଇଏସ ଆତଙ୍କବାଦୀମାନେ ତାଲିବାନଙ୍କୁ ବଦନାମ କରିବା ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି ।

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ