Masthead

କାବୁଲ ଏୟାରପୋର୍ଟରେ ସିରିଜ୍ ବିସ୍ଫୋରଣ: ୪୦ ମୃତ

(ବଡ଼ ଖବର ବ୍ୟୁରୋ): କାବୁଲ ଏୟାରପୋର୍ଟରେ ସିରିଜ୍ ବିସ୍ଫୋରଣ । ଏୟାରପୋର୍ଟ ଗେଟ୍ ନିକଟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୪୦ ମୃତ ଓ ୧୨୦ରୁ ଉଦ୍ଧ୍ୱର୍ ଗୁରୁତର ହୋଇଥିବା ସୂଚନା ମିଳିଛି । ବରୁଣ ହୋଟେଲ ଓ ତରାଜ ସେନା ନିକଟରେ ହୋଇଛି ବିସ୍ଫୋରଣ । ବିସ୍ଫୋରଣରେ ଆଇଏସଆଇଏସର ହାତ ଥିବା କହିଛି ତାଲିବାନ । ଗୁରୁତରଙ୍କ ମଧ୍ୟରେ ୩ ଆମେରିକା ସୈନ୍ୟ ଥିବା ସୂଚନା ମିଳିଛି । ଆମେରିକା ଦୂତାବାସ ପକ୍ଷରୁ ଦିଆଯାଇଛି ଏହି ସୂଚନା । ବିସ୍ଫୋରଣ ପରେ ଫ୍ରାନ୍ସ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କାବୁଲ ବିମାନ ବନ୍ଦରକୁ ନ ଆସିବା ପାଇଁ ନିଜ ଦେଶର ନାଗରିକମାନଙ୍କୁ ଫ୍ରାନ୍ସ ନିର୍ଦ୍ଦେଶ ଦେଇଛି ।

ତାଲିବାନ ମୁଖପାତ୍ର କହିଛନ୍ତି, ପାକିସ୍ତାନ ତାଲିବାନର ସେକେଣ୍ଡ ହୋମ୍ । ତାଲିବାନ ସହ ପାକିସ୍ତାନର ସାଂସ୍କୃତିକ ଓ ଧାର୍ମିକ ଭାବନା ଜଡ଼ିତ ରହିଛି । ବିସ୍ଫୋରଣ ପରେ ତାଲିବାନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆଇଏସ ଗ୍ରୁପ୍ ଏହି ବିସ୍ଫୋରଣରେ ଜଡ଼ିତ ବୋଲି ତାଲିବାନ କହିଛି । ତାଲିବାନ ମୁଖପାତ୍ର ଜହିବୁଲ୍ଲା ମୁଜାହିଦ୍ କହିଛନ୍ତି, ଇରାକ ଓ ସିରିଆରେ ସକ୍ରିୟ ଥିବା ଆଇ ଏସ ଆଇଏସ ଆତଙ୍କବାଦୀମାନେ ତାଲିବାନଙ୍କୁ ବଦନାମ କରିବା ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି ।

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼