ଜରିପାଲ ତଳେ ଜୀବନ

ମୁନିଗୁଡ଼ା(ବଡ଼ ଖବର ବ୍ୟୁରୋ): ଆବାସ ଯୋଜନାରେ ଘର ପାଇଁ ସୁଦ୍ଧା ୮ ବର୍ଷ ହେବ ଜରିପାଲ ତଳେ ଜୀବନ ବିତୁଛି । ଦଦରା ମାଟି କୁଡ଼ିଆରେ ବିତୁଛି ୬ ପ୍ରାଣୀଙ୍କ ଜୀବନ । ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟ୍ଟା ପଞ୍ଚାୟତ ଷ୍ଟେସନ କୁମୁଡାବାଳୀ ଗ୍ରାମର ପବିତ୍ର ସୁନାଙ୍କ ସ୍ତ୍ରୀ ସବିତା ସୁନାଙ୍କୁ ୨୦୧୩-୧୪ରେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ମିଳିଥିଲା ୭୫ ହଜାର ଟଙ୍କା । ଘର ତିଆରି ପାଇଁ ଅସମର୍ଥ ପବିତ୍ର ଠିକାଦାର ହାତକୁ ଟେକି ଦେଇଥିଲେ ଦାୟିତ୍ୱ । ୮ ବର୍ଷ ବିତିଗଲା । ଘର ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ।

 ଠିକାଦାର ବ୍ଲକ ଅଫିସରେ ଧରାଧରି କରି ଫାଇନାଲ ବିଲ୍ ଉଠାଇ ନେଇଛନ୍ତି । ପବିତ୍ର ବାରମ୍ବାର ବ୍ଲକ ଅଫିସକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । ଜରିପାଲଟାଣି ଭଙ୍ଗାଦଦରା ଘରେ ପବିତ୍ର ପିଲାଛୁଆଙ୍କୁ ନେଇ ପଡିରହିଛନ୍ତି । ବ୍ଲକର ଜେଇ, ବିଡିଓ ପିସି ଖାଇଲେ, ଲାଭ ଉଠାଇଲେ ଠିକାଦାର । ଆଉ ଯନ୍ତ୍ରଣା ଭୋଗୁଛନ୍ତି ବିଚରା ପବିତ୍ର ଓ ତାଙ୍କ ପରିବାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ