Masthead

ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ୍

କୋଲକାତା(ବଡ଼ ଖବର): ବଢୁଛି ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଅଡୁଆ । ଯାହାକି ଥମିବାର ନା ନଉନି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ମନି ଲଣ୍ଡ୍ରିଂ ମାମଲାରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଜେରା ପାଇଁ ଡାକିଛି । ଉଭୟ ମନି ଲଣ୍ଡ୍ରିଂ ମାମଲାରେ ଜେରା ହେବେ । ସେମାନଙ୍କୁ ଇଡି ସେପ୍ଟେମ୍ବର ୧ ରେ ସମନ କରିବା ନେଇ ନୋଟିସ ଦେଇଛି । ତେବେ ତାଙ୍କୁ କୋଟି କୋଟି ଟଙ୍କାର କୋଇଲା ଚାଲାଣ ଅଭିଯୋଗରେ ଜେରା କରାଯିବ । ପୂର୍ବରୁ ଏହି କୋଇଲା ଚାଲାଣ ଘଟଣାରେ ସିବିଆଇ ତାଙ୍କୁ ଫେବୃଆରି ୨୩ ରେ ସମନ କରିଥିଲା । ହେଲେ ସିବିଆଇ କୋଇଲା ଚାଲାଣ ସମ୍ପର୍କରେ କିଛି ବି ତଥ୍ୟ ହାସଲ କରିପାରିନଥିଲା ।

ପୂର୍ବରୁ ଏହି ଘଟଣାରେ ସିବିଆଇ ପଶ୍ଚିମବଙ୍ଗର ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଭଳି ସ୍ଥାନରେ ରେଡ୍ କରିଥଲା । ସୁଚନା ଅନୁସାରେ ଏହି କୋଇଲା ଚାଲାଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ଅନୁପ ମାନଝୀ । ତେବେ ଏହି ଘଟଣାରେ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ରହିଛି ବୋଲି ଜ।ଣିବାକୁ ପାଇଥିଲା ସିବିଆଇ । ହେଲେ ଘଟଣା ସ୍ଥିର ହୋଇଯାଇଥିବା ବେଳେ ପୁଣି ଏକ ମନି ଲଣ୍ଡ୍ରିଂ ମାମଲାରେ ଉଭୟ ଅଭିଷେକ ଓ ତାଙ୍କ ପତ୍ନୀ ରୁଜିଆକୁ ହାଜର ହେବା ପାଇଁ ନୋଟିସ ଜାରି କରିଛି ଇଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’