Masthead

ମାହାଙ୍ଗା ମର୍ଡର କେସରେ ଖୋଲିବ ପ୍ରତାପଙ୍କ ଫାଇଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଇନ ମନ୍ତ୍ରୀଙ୍କ ପାଇଁ ଅଡୁଆ ବଢିଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀଙ୍କ ବିରୋଧରେ ସାନି ତଦନ୍ତ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧି । ବହୁ ଚର୍ଚ୍ଚିତ ଏହି ହତ୍ୟାକାଣ୍ଡରେ ଏଯାଏଁ କଣ ପାଇଁ ଚୁପ ରହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଡୁଆରେ ଆଇନ ମନ୍ତ୍ରୀ । ମାହାଙ୍ଗା ଡବଲ ମର୍ଡର ଘଟଣାର ରି ଓପୋନ ହେବ ଫାଇଲ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି । ମୁଦାଲା ନଂ ୧୩ରେ ଥିଲା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ । ତେବେ ଚାର୍ଜସିଟରୁ କେମିତି କଟିଲା ଏହି ନାଁ ? ବିନା ଜେରାରେ କେମିତି ମନ୍ତ୍ରୀଙ୍କ ସମ୍ପୃକ୍ତି ନଥିବା ଜାଣି ପାରିଲେ ମାହାଙ୍ଗାର ସେବେକାର ଥାନା ଅଧିକାରୀ । ପଦାରେ ପଡ଼ିଛି ମହାଙ୍ଗା ପୋଲିସର ପାରିବା ପଣିଆ । କିଏ ଦେଉଥିଲା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା । ସବୁ ବେଳେ ଆଇନ ତା ବାଟରେ ଯିବ କହୁଥିବା ମୁଖ୍ୟମନ୍ତ୍ରୀ ବେ ଚୁପ କାହିଁକି ? କୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ମନ୍ତ୍ରୀଙ୍କ ଅଡ଼ୁଆ ବଢିଥିବା ବେଳେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏବେ ହରଡ଼ଘଣାରେ ପଡ଼ିଛନ୍ତି ରାଜ୍ୟ ସରକାର । ଚାର୍ଜସିଟରୁ ନାଁ କଟାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ । ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଅଧିକା ତଦନ୍ତ କରିବା ପାଇଁ ମାହାଙ୍ଗା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ବହୁ ଚର୍ଚ୍ଚିତ ରାଜନୈତିକ ହତ୍ୟାକଣ୍ଡ ଘଟଣାରେ ଅଭିଯୁକ୍ତ ତାଲିକାର ୧୩ ନଂରେ ଥିଲା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ । ତଦନ୍ତକାରୀ ଅଧିକାରୀ କିନ୍ତୁ ମନ୍ତ୍ରୀକୁ ବିନା ଜେରାରେ କ୍ଲିନଚିଟ ଦେଇଥିଲେ । ୧୨ଜଣଙ୍କ ନାଁ ଦେଇ ଜାର୍ଜସିଟରୁ ମନ୍ତ୍ରୀଙ୍କ ନାଁକୁ କାଟିଦେଇଥିଲେ ।କେମିତି ଓ କେଉଁ ପରିସ୍ଥିତିରେ ପୋଲିସ ଆଇନ ମନ୍ତ୍ରୀଙ୍କ ନାଁକୁ କାଟିଦେଇଥିଲା ? ଯାହାକୁ ଚ୍ୟାଲେଞ୍ଜ କରି କକୋର୍ଟ ଯାଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ । ବଢୁଛି ମନ୍ତ୍ରୀଙ୍କ ଅଡୁଆ । ହରଡ ଘଣାରେ ଆଇନମନ୍ତ୍ରୀ ପ୍ରତାପ ଜେନା ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ମାହାଙ୍ଗା ପୋଲିିସର ପୋଲ ଖୋଲିଛି । କିଏ ଦେଉଛି ମନ୍ତ୍ରୀଙ୍କୁ ସୁରକ୍ଷା । ମାହାଙ୍ଗା ମର୍ଡରରେ ମନ୍ତ୍ରୀଙ୍କ ଲିଙ୍କ ଅଭିଯୋଗ ପରେବି କାହିଁକି ଚୁପ ମୁଖମନ୍ତ୍ରୀ । ସର୍ବଦା ଆଇନର କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଇନ ମନ୍ତ୍ରୀଙ୍କ ପାଇଁ କଣ ଅଲଗା ଆଇନ ଅଛି କି ? ନା ମନ୍ତ୍ରୀ ବୋଲି ନିଜ ଇଚ୍ଛାରେ ଆଇନକୁ ନେବେ । ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି