ମିଲର ଏବଂ ସେକ୍ରେଟାରୀଙ୍କ ମଧୁଚନ୍ଦ୍ରିକା ପାଇଁ ଚାଷୀ ହନ୍ତସନ୍ତ

କୋଣାର୍କ (ବଡ଼ ଖବର ବ୍ୟୁରୋ): ଧାନ ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନଥିବା ଅଭିଯୋଗ ଆଣିଲେ ଚାଷୀ । ପୁରୀ ଜିଲ୍ଲା ଗୋପ ବ୍ଲକ କୁଆଁପଡା ପଂଚାୟତର ବନ୍ତଳି ଗ୍ରାମ ସୋସାଇଟିରୁ ଟାର୍ଗେଟରେ ଥିବା ଧାନ ଉଠୁନଥିବା ଅଭିଯୋଗ ଆଣିଲେ ଚାଷୀ । ଧାନ ମଣ୍ଡିରେ ୨୦୦ କୁଇଣ୍ଟାଲରୁ ଅଧୀକ ଧାନ ପଡିରହିଥିଲେ ମଧ୍ୟ ଚାଷୀଙ୍କ ଠାରୁ ଟାର୍ଗେଟ ଧାନର ୪୦ ପ୍ରତିଶତ ଧାନ ନେଇ ୬୦ ପ୍ରତିଶତ ଧାନ ଘରକୁ ଫେରାଇ ନେଇଯିବାକୁ ବାଧ୍ୟ ହୋଇଛନ୍ତି ଚାଷୀ । ଚାଷୀଙ୍କ ଅଭିଯୋଗ କ୍ରମେ ପ୍ରତିବର୍ଷ ସେମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ନା ଜିଲ୍ଲା ପ୍ରଶାସନ ନା ସରକାର କେହି କର୍ଣ୍ଣପାତ କରୁନାହାନ୍ତି । ଦିନ ତମାମ ଖରାରେ ବର୍ଷ ଯାକର ପରିଶ୍ରମ ସୋସାଇଟିରେ ଧାନ ବିକ୍ରି ନେଇ ଆସିଲେ ବି ଖୋଦ ଅର୍ଣ୍ଣଦାତାର ଦୁଃଖ କିଏ ଶୁଣିବ ଯେ?

ଏପଟେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହନ୍ତସନ୍ତ ହେଉଥିବା ବେଳେ ସୋସାଇଟିରେ ଅନୁପସ୍ଥିତ ସେକ୍ରେଟାରୀ । ଚାଷୀଙ୍କ ଅଭିଯୋଗ ମିଲର ଏବଂ ସେକ୍ରେଟାରୀଙ୍କ ମଧୁ ଚନ୍ଦ୍ରିକା ସେମାନଙ୍କ ସମସ୍ତ ସମସ୍ୟାର ମୂଳ । ତେଣୁ ଧାନ ବିକ୍ରି କରି ନପାରି ବାଧ୍ୟ ହୋଇ ଆତ୍ମହତ୍ୟା କରିବାର ଧମକ ଦେଲେଣି ଚାଷୀ । କଣ ପାଇଁ ସେମାନଙ୍କ ଧାନ କାଟ ହେଉଛି, କଣ ପାଇଁ ଧାନର ଏପରି ୪୦ ପ୍ରତିଶତ ବିକ୍ରି କରାଯାଇଛି ସେନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ଚାଷୀ । ଅନ୍ୟପଟେ ଆଜିର ଧାନ ପୂର୍ଣ୍ଣ ମାତ୍ରାରେ ବିକ୍ରି ନହେବା କାରଣରୁ ଧାନ ଗାଡି ତଳେ ଶୋଇ ଜୀବନ ହାରିବା କଥା କହିଛନ୍ତି ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’