Masthead

ବିଚ୍ ରାସ୍ତାରୁ ଛାତ୍ରୀଙ୍କୁ ଉଠାଇନେଲେ, ପୋଲିସ ଚୁପ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଟ୍ୟୁସନରୁ ଫେରୁଥିବା ବେଳେ ଯୁବତୀଙ୍କୁ ଜୋରଜବରଦସ୍ତ କାରରେ ଉଠାଇ ନେଲେ ଯୁବକ। ସିସିଟିଭିରେ କଏଦ ହେଲା ଅପହରଣର ଦୃଶ୍ୟ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ। ଯୁବତୀ ଜଣକ ଉଗ୍ରତରା ଗାଁର ଗୌରହରି ପଣ୍ଡାଙ୍କ ଝିଅ ମଧୁସ୍ମିତା ପଣ୍ଡା। ପରିବାର ଲୋକେ ଝିଅକୁ ଅପହରଣ କରିନେଇଥିବା ନେଇ ଗତ ୧୯ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସର ହାତ ଖାଲି। ଏନେଇ ପରିବାର ଲୋକେ ଗତ ୧୦ଦିନ ହେଲା ଥାନାକୁ ଦୌଡୁଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇପାରିନଥିଲେ।

ଏବେ ମହୁଲିଆ ଛକ ନିକଟରେ ଏକ ସିମେଟ ଦୋକାନରୁ ଝିଅ ଅପହରଣ ସିସିଟିଭି ଫୁଟେଜ ମିଳିବାପରେ ଝିଅକୁ ଉଦ୍ଧାର ପାଇଁ ପରିବାର ଲୋକେ ପୋଲିସ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି। ତେବେ ଅପହରଣ କରିଥିବା ଯୁବକ ଜଣକ ମତୋ ପରମାନନ୍ଦପୁର ଗାଁର ପୃଥୀରାଜ କରଣ ବୋଲି ଅଭିଯୋଗ ହୋଇଛି। ଗତ ୧୯ତାରିଖ ଦିନ ଝିଅ ସବୁଦିନ ପରି ସକାଳେ ଚାନ୍ଦବାଲିକୁ ଟ୍ୟୁସନ ଯାଇଥିଲେ। ହେଲେ ଟ୍ୟୁସନରୁ ଘରକୁ ଫେରିନଥିଲେ। ଟ୍ୟୁସନ ସାରଙ୍କ ସହ ଯୋଗାଯୋଗ କରିବାରୁ ଝିଅ ଏକ ଟାଟା ମ୍ୟାଜିକ୍ ରେ ଘରକୁ ଯାଇଥିବା ସେ କହିଥିଲେ। ତେବେ ଘରେ ନପହଂଚିବାରୁ ବହୁ ଖୋଜାଖୋଜି ପରେ ଝିଅ ନିଖୋଜ ଥିବା ଜାଣିବାକୁ ପାଇଥିଲେ ।

ପୂର୍ବରୁ ପରମାନନ୍ଦପୁର ଗାଁର ପୃଥିରାଜ କରଣ ଝିଅକୁ ବିଭିନ୍ନ ସମୟରେ ହଇରାଣ କରୁଥିଲା, ତେବେ ସେ ହିଁ ଝିଅକୁ ଅପହରଣ କରିଥିବା ନେଇ ଝିଅର ମା’ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟରେ ପୋଲିସ୍ କହିଛି ଝିଅର ମା’ଙ୍କ ଏତଲା ଅନୁଯାୟୀ ନିଖୋଜ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ ଏବେ ହସ୍ତଗତ ହୋଇଛି। ଝିଅକୁ ଉଦ୍ଧାର ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିବ। ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ୧୦ ଦିନ ହେବ ଝିଅ ଅପହରଣର ଅଭିଯୋଗ ହେଲା ପରେ ମଧ୍ୟ ପୋଲିସର ହାତ ଖାଲି । ୧୦ ଦିନ ହେଲା ପୋଲିସ କରୁଛି କ’ଣ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?