Masthead

ପ୍ରଧାନ ଶିକ୍ଷକଙ୍କ ସ୍ୱେଚ୍ଛାଚାରିତାକୁ ବିରୋଧ କରି ସ୍କୁଲ ଗେଟରେ ତାଲା

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ବାଲିଆପାଳ ବ୍ଲକ ଜଗତିପୁର ପଂଚାୟତ କରଞ୍ଜ ନରସିଂହ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସ୍ୱେଚ୍ଛାଚାରୀତାକୁ ବିରୋଧ କରି ଆଜି ସ୍କୁଲ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା, ଅଭିଭାବକ ଏବଂ ଗ୍ରାମବାସୀ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଗତ ଅଗଷ୍ଟ ୦୬ ତାରିଖରେ ରମେଶ ଚନ୍ଦ୍ର ସାମଲ କାର୍ଯ୍ୟରେ ଯୋଗଦାନ କରିଥିଲେ ।

ତେବେ ସେ କାର୍ଯ୍ୟରେ ଯୋଗ ଦେବା ବିଷୟରେ ପରିଚାଳନା କମିଟିକୁ ଅବଗତ କରାଇ ନଥିଲେ । ଏପରିକି ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ବିଶ୍ବାଳଙ୍କୁ ନିଜର ଯୋଗଦାନ ଦରଖାସ୍ତ ନଦେଇ ସଂସ୍କୃତ ଶିକ୍ଷୟତ୍ରୀଙ୍କ ନିକଟରେ ତାହା ଦାଖଲ କରି କାର୍ଯ୍ୟରେ ଯୋଗ ଦେଇଥିଲେ । ପରେ ପରିଚାଳନା କମିଟିର ସଭାପତି ଓ ସଦସ୍ୟମାନଙ୍କୁ ଅନ୍ଧକାରରେ ରଖି ପିଲାଙ୍କର ପୋଷାକ ପତ୍ର କିଣିବା, ମନ ଇଚ୍ଛା ମଧ୍ୟାହ୍ନ ଚାଉଳ ବାଂଟିବା ପ୍ରଭୃତି କାର୍ଯ୍ୟ କରୁଥିଲେ ।

ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ଦେବାରେ ଅବହେଳା ମଧ୍ୟ କରୁଥିଲେ । ଯୁକ୍ତ ୨ରେ ନାମ ଲେଖା ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ୍ ନପାଇ ହଇରାଣ ହେଉଛନ୍ତି । ପ୍ରଧାନ ଶିକ୍ଷକଙ୍କର ଏଭଳି ମନମୁଖୀ କାର୍ଯ୍ୟଧାରାକୁ ବିରୋଧ କରି ଆଜି ଗ୍ରାମବାସୀ ସ୍କୁଲ ଗେଟରେ ତାଲା ପକାଇ ଦେଇଥିଲେ । ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଏବଂ ଛାତ୍ର-ଛାତ୍ରୀଙ୍କୁ ଭିତରକୁ ଛାଡିଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଶ୍ରୀ ସାମଲଙ୍କୁ ସ୍କୁଲ ଗେଟ ନିକଟରୁ ଫେରାଇ ଦେଇଥିଲେ ।

ଏନେଇ ଗ୍ରାମବାସୀଙ୍କ ତରଫରୁ ବାଲିଆପାଳ ବ୍ଲକ ଶିକ୍ଷାଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି । ଶ୍ରୀ ସାମଲଙ୍କ ବଦଳରେ ଅନ୍ୟ ଜଣେ ଦକ୍ଷ ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଦାବି ପୂରଣ ନହେଲେ ସେମାନେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମଲଙ୍କୁ ସ୍କୁଲ ଭିତରକୁ ପ୍ରବେଶ ନକରାଇ ଦେବାକୁ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ