Masthead

ନୂଆ କୌଶଳରେ ନିଶା କାରବାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବସ, ଟ୍ରକ ଆମ୍ବୁଲାନ୍ସ ପରେ ଏବେ କୋରିଅର ସର୍ଭିସ । ନୂଆ କୌଶଳରେ ନିଶା ଚାଲିଛି କାରବାର । ଗଞ୍ଜେଇ ଚାଲଣର ନୂଆ ତରିକା । କୋରିଅରରେ ରାଜ୍ୟ ବାହାରକୁ ପଠାଉଥିଲେ ଗଞ୍ଜେଇ । ଶେଷରେ ଆସିଲେ ପୋଲିସ ପଞ୍ଝାକୁ । ଗଞ୍ଜେଇ ଚୋରା ଚାଲାଣ ପାଇଁ ମାଫିଆ ଆପଣାଉଛନ୍ତି ନୂଆ ନୂଆ ପଦ୍ଧତି । ବର୍ତ୍ତମାନ ଗଞ୍ଜେଇ ଚାଲାଣର ନୂଆ ତରିକା ପାଲଟିଛି କୋରିଅର । ଦିଲ୍ଲୀର ଦୁଇ ଯୁବକ ଭୁବନେଶ୍ୱରରେ ରହି ଚଳାଇଥିଲେ ଏହି କାରବାର ।

ଭୁବନେଶ୍ୱର କୋଚିଲେଇ ହାଟରୁ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଏହାସହ ସେମାନଙ୍କ ପାଖରୁ ୪୫ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ।ଗିରଫ ଦୁଇ ଯୁବକ ଦିଲ୍ଲୀରୁ ଆସି ଭୁବନେଶ୍ୱରର ଏକ ଭଡା ଘରେ ରହି ଦୀର୍ଘ ଦିନ ହେବ ଏହି କାରବାର ଚଲାଇଥିଲେ । ଗଜପତିର ମୋହନାରୁ ବସ୍ ଯେଗେ ଆସୁଥିଲା ଗଞ୍ଜେଇ । ଭୁବନେଶ୍ୱରରେ ପ୍ୟାକେଟ୍ ହୋଇ ଦିଲ୍ଲୀକୁ କରୁଥିଲେ ଚାଲାଣ ।

ଜବତ ଗଞ୍ଜେଇ ଗୁଡିକ ପ୍ୟାକେଟ୍ ହୋଇ କୋରିଅରରେ ଚାଲାଣ ହେଉଥିଲା । ଆଉ କୋରିଅର ସାଜିଥିଲା ମୁଖ୍ୟ ମାଧ୍ୟମ । ଡ୍ରେସ୍ ପ୍ୟାକେଟ୍ ମଧ୍ୟରେ ଅଭିନବ ଉପାୟରେ ଗଞ୍ଜେଇ ଭର୍ତ୍ତି କରି ଦିଲ୍ଲୀକୁ ଚାଲାଣ କରୁଥିଲେ ଏହି ଦୁଇ ଯୁବକ । ତେବେ ଗିରଫ ହେବା ପୂର୍ବରୁ ୫ରୁ ୬ଟି କନସାଇନ୍ ଦିଲ୍ଲୀକୁ ପଠାଯାଇସାରିଛନ୍ତି ବୋଲି ପୋଲିସ କହିଛି । ଏହି କାରବାରରେ କୋରିଅର କମ୍ପାନୀର ସମ୍ପୃକ୍ତି ଥିବା ସନ୍ଦେହ ହେଉଛି । ଗିରଫ ହେବା ପରେ ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିପାରେ କମିଶନରେଟ୍ ପୋଲିସ । ଏହି ଘଟଣା ପରେ ରାଜ୍ୟରେ ଥିବା ସମସ୍ତ କୋରିଅର କମ୍ପାନୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହୋଇଛି ।

ସେପଟେ ରାଜ୍ୟରେ ଦିନକୁ ଦିନ ବେଧଡ଼କ ନିଶା କାରବାର ବଢିବାରେ ଲାଗିଛି । ଖାଲି ଗଞ୍ଜେଇ ନୁହେଁ ମଦ ଓ ବ୍ରାଉନସୁଗାର ଏବେ ବ୍ୟାଧି ଭଳି ସାରା ରାଜ୍ୟରେ ବ୍ୟାପିଛି । ଚଢଉ ହେଉଛି ଅନେକ ଧରା ବି ପଡ଼ୁଛନ୍ତି । କିନ୍ତୁ ଜେଲରୁ ବାହାରି ପୁଣି ଚଳାଉଛନ୍ତି କାରବାର । ଏଠି ପ୍ରଶ୍ନ ଉଠୁଛି କେବେ ବନ୍ଦ ହେବ ଚୋରା ନିଶା କାରବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍