Masthead

ଜମିବାଡ଼ି ବିବାଦକୁ ନେଇ ଦମ୍ପତି ପିଇଲେ ବିଷ

ମହାକାଳପଡା (ବଡ଼ ଖବର ବ୍ୟୁରୋ): ଜମିବାଡ଼ି ବିବାଦକୁ ନେଇ ଦମ୍ପତି ପିଇଲେ ବିଷ । ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଲାଂଜୁଡା ପଂଚାୟତର ଦୋଳି ଗାଁରେ ଦେଖିବାକୁ ମିଳିଛି । ଜମିବାଡି ବିବାଦକୁ କେନ୍ଦ୍ରକରି ଦୋଳି ଗ୍ରାମର ପୁରୁଷୋତ୍ତମ ସ୍ୱାଇଁ ଓ ତାଙ୍କ ସ୍ତ୍ରୀ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ପରିବାରକୁ ଗ୍ରାମବାସୀ ସାମାଜିକ ବାସନ୍ଦ କରିଥିଲେ । ପୁରୁଷୋତ୍ତମ ସ୍ୱାଇଁଙ୍କ ଦୀର୍ଘ ଦିନର ଦଖଲ ଜମିକୁ ଅନ୍ୟ ବ୍ୟକ୍ତି ଜଣେ ଅଧିକାର କରୁଥିଲେ । ବିରୋଧ କରିଥିଲେ ପୁରୁଷୋତ୍ତମ । ଥାନାରେ ଦେଇଥିଲେ ଏତଲା । ପୋଲିସ ନୀରବ ରହିବାରୁ ବହୁଥର ଗ୍ରାମ୍ୟ କମିଟିର ବୈଠକ ହୋଇଥିଲା । ମାତ୍ର ସମାଧାନର ସୂତ୍ର ବାହାରିନଥିଲା । ସବୁଆଡୁ ନିରାଶ ହେବା ପରେ ପୁରୁଷୋତ୍ତମ ଓ ତାଙ୍କ ସ୍ତ୍ରୀ ବିଷ ପିଇ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ