Masthead

ବିକାଶର ବିକଳ ଚିତ୍ର

 ଯାଜପୁର  (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା କାଳିଆପାଣି ଖଣି ଅଂଚଳରେ ବିକଳ ଚିତ୍ର । ସ୍ବାଧିନତାର ୭୫ ବର୍ଷ ପରେ ବି ଗାଁ କୁ ନାହିଁ ଯାତାୟତର ସୁବିଧା । ରାଜ୍ୟ ରାଜକୋଶକୁ କୋଟି କୋଟି ରାଜସ୍ବ ଯୋଗାଇ ଦେଉଥିବା ଖଣି ଅଂଚଳର ଗାଁରେ ନାହିଁ ଭଲ ରାସ୍ତା । ଫଳରେ ଖଟିଆରେ ବୁହା ହୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି ଗର୍ବବତୀ ମହିଳା । ସୁନା ସୁକିନ୍ଦାର ନଗ୍ନ ବିକାଶକୁ ପଦାରେ ପକାଇଛି କଂସ ପଞ୍ଚାୟତ ସାରୁଆବିଲ୍ ଗ୍ରାମର ଚିରୁସାହି ।

ଗ୍ରାମର ମଝିରେ ମାଟି ଗଦେଇ କରି ଓଏମସି ଗାଁକୁ କରିଛି ବିଚ୍ଛିନ୍ନା ଅଂଚଳ । ଏହାର ପ୍ରତିବାଦରେ ସ୍ଥାନୀୟ ଚିରୁସାହି ଗ୍ରାମର ସ୍ଥାନୀୟବାସୀ ବାରମ୍ବାର ଲିଖିତ ଅଭିଯୋଗ ସତ୍ବେ ନା ପ୍ରଶାସନ ନା ଓଏମସି କେହି ଶୁଣୁନାହାନ୍ତି । ଓଏମସିର ମନମୁଖି କାର୍ଯ୍ୟ ପାଇଁ ଗ୍ରାମକୁ ରାସ୍ତା ନାହିଁ । ରୋଗୀ ହୁଅନ୍ତୁ କି ଗର୍ଭବତୀ ମହିଳା ଏବେ ଏମାନଙ୍କ ପାଇଁ ଖଟିଆ ହେଉଛି ଅମ୍ବୁଲାନ୍ସ । ଗାଁ ଠାରୁ ୨ କିଲୋମିଟର ଖଟିଆରେ ଗର୍ଭବତୀ ମହିଳାଙ୍କୁ ଆଣିବା ପରେ ସେଠାରୁ ତାଙ୍କୁ ୧୦୨ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠିସ୍ବାସ୍ଥ କେନ୍ଦ୍ର ନିଆଯାଉଥିବା ଏ ଭିଡିଓ ସରକାରଙ୍କ ବିକାଶର ବାହାସ୍ପଟକୁ ପଦାରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ