Masthead

ବିକାଶର ବିକଳ ଚିତ୍ର

 ଯାଜପୁର  (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା କାଳିଆପାଣି ଖଣି ଅଂଚଳରେ ବିକଳ ଚିତ୍ର । ସ୍ବାଧିନତାର ୭୫ ବର୍ଷ ପରେ ବି ଗାଁ କୁ ନାହିଁ ଯାତାୟତର ସୁବିଧା । ରାଜ୍ୟ ରାଜକୋଶକୁ କୋଟି କୋଟି ରାଜସ୍ବ ଯୋଗାଇ ଦେଉଥିବା ଖଣି ଅଂଚଳର ଗାଁରେ ନାହିଁ ଭଲ ରାସ୍ତା । ଫଳରେ ଖଟିଆରେ ବୁହା ହୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି ଗର୍ବବତୀ ମହିଳା । ସୁନା ସୁକିନ୍ଦାର ନଗ୍ନ ବିକାଶକୁ ପଦାରେ ପକାଇଛି କଂସ ପଞ୍ଚାୟତ ସାରୁଆବିଲ୍ ଗ୍ରାମର ଚିରୁସାହି ।

ଗ୍ରାମର ମଝିରେ ମାଟି ଗଦେଇ କରି ଓଏମସି ଗାଁକୁ କରିଛି ବିଚ୍ଛିନ୍ନା ଅଂଚଳ । ଏହାର ପ୍ରତିବାଦରେ ସ୍ଥାନୀୟ ଚିରୁସାହି ଗ୍ରାମର ସ୍ଥାନୀୟବାସୀ ବାରମ୍ବାର ଲିଖିତ ଅଭିଯୋଗ ସତ୍ବେ ନା ପ୍ରଶାସନ ନା ଓଏମସି କେହି ଶୁଣୁନାହାନ୍ତି । ଓଏମସିର ମନମୁଖି କାର୍ଯ୍ୟ ପାଇଁ ଗ୍ରାମକୁ ରାସ୍ତା ନାହିଁ । ରୋଗୀ ହୁଅନ୍ତୁ କି ଗର୍ଭବତୀ ମହିଳା ଏବେ ଏମାନଙ୍କ ପାଇଁ ଖଟିଆ ହେଉଛି ଅମ୍ବୁଲାନ୍ସ । ଗାଁ ଠାରୁ ୨ କିଲୋମିଟର ଖଟିଆରେ ଗର୍ଭବତୀ ମହିଳାଙ୍କୁ ଆଣିବା ପରେ ସେଠାରୁ ତାଙ୍କୁ ୧୦୨ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠିସ୍ବାସ୍ଥ କେନ୍ଦ୍ର ନିଆଯାଉଥିବା ଏ ଭିଡିଓ ସରକାରଙ୍କ ବିକାଶର ବାହାସ୍ପଟକୁ ପଦାରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା