Masthead

ଅଭିଯୋଗ କଲେ ମିଳୁଛି ଧମକ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ମାନବବାଦ ସଙ୍ଗଠନର ଅସଲ ଚେହେରା ସାମ୍ନାକୁ ଆସିଛି । ଅଭିଯୋଗ କରିଲେ ଖୋଲାଖୋଲି ଧମକ ମିଳୁଛି । ତାହା ପୁଣି କ୍ୟାମେରା ସାମ୍ନାରେ । ଦିନକୁ ଦିନ ବିବାଦରେ ଛନ୍ଦି ହୋଇ ପଡ଼ୁଛି ମାନବ ବାଦ ସଙ୍ଗଠନ । ଡାଳତୋଳା ନିଆମୁହାଁ ଗାଁ ଉପରସାହିର ହରିଜନ ପରିବାର ସଙ୍ଗଠନ ଦ୍ୱାରା ନିର୍ୟ୍ୟାତନାର ଶିକାର ହୋଇ ନିଜ ଭିଟାମାଟି ଛାଡ଼ି ଦୀର୍ଘ ୮ବର୍ଷ ହେବ ଛଣିଆ ଗାଁ ଛକରେ ରହିଛନ୍ତି ।

ସଙ୍ଗଠନରେ ସାମିଲ ନହେବା, ଗୁରୁଜୀଙ୍କ ନିୟମଲକୁ ନମାନିବାରୁ ଗାଁରୁ ତବା ଖାଇ ବାହାରେ ରହିଛନ୍ତି ରମେଶ ନାୟକ,ସାଧୁ ନାୟକ,ଡମ୍ବରୁ ପ୍ରଧାନ,ଯୋଗୀ ପ୍ରଧାନ,ସର୍ବେଶ୍ୱର ପ୍ରଧାନ ଏବଂ ଭିମ ପ୍ରଧାନଙ୍କ ପରିବାର । ଗଣମାଧ୍ୟମ ଆଗରେ ପରିବାର ଲୋକେ ନିଜ ଦୁଃଖ ବଖାଣୁଥିବା ବେଳେ ସଙ୍ଗଠନର କର୍ମକର୍ତ୍ତାମାନେ ଆସି ପାଟିତୁଣ୍ଡ କରି ଗୁରୁଜିଙ୍କ ନାଁରେ କଣ ପାଇଁ ଅପପ୍ରଚାର କରୁଚ ବୋଲି କହିବା ସହ ଖୋଲାଖୋଲି ଧମକ ଦେଇଛନ୍ତି । ଏହି ମାନବବାଦ ସଂଗଠନ ର ଆଇନ ଅନୁସାରେ ଯିଏ ନଜୀବ ଏଭଳି କଷ୍ଟ ଭୋଗିବାକୁ ପଡେ ବୋଲି କହିଛନ୍ତି ପୀଡିତ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ