Masthead

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ, ଶପଥ ନେଲେ ୯ ବିଚାରପତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଘଟଣା । ଏକ ସଙ୍ଗେ ଶପଥ ନେଲେ ୯ ବିଚାରପତି । ଶପଥ ପାଠ କରାଇଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ ବି ଭି ନାଗରତ୍ନାଙ୍କ ସମେତ ୯ ଜଣ ସୁପ୍ରିମକୋର୍ଟରେ ଶପଥ ନେଇଛନ୍ତି । ଏହାଦ୍ୱାରା ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ହୋଇଛି ।

ତେବେ ଶପଥ ନେଇଥିବା ଜଜ୍ ମାନଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ଚିଫ ଜଷ୍ଟିସ ଏ.ଏସ.ଓକା, ଗୁଜୁରାଟ ହାଇକୋର୍ଟର ଚିଫ ଜଷ୍ଟିସ ବିକ୍ରମ ନାଥ, ସିକ୍କିମ ହାଇକୋର୍ଟର ଚିଫ ଜଷ୍ଟିସ ଜେ.କେ.ମାହେଶ୍ୱରୀ, ତେଲେଙ୍ଗାନା ହାଇକୋର୍ଟର ଚିଫ ଜଷ୍ଟିସ ହୀମା କୋହଲି, କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ଚିଫ ଜଷ୍ଟିସ ବିଭି ନାଗରତ୍ନା, କେରଳ ହାଇକୋର୍ଟର ଜଷ୍ଟିସ ସିଟି ରବି କୁମାର, ମାଦ୍ରାସା ହାଇକୋର୍ଟର ପୂର୍ବତନ ଜଷ୍ଟିସ ଏମଏମ ସୁନ୍ଦ୍ରେସ, ଗୁଜୁରାଟ ହାଇକୋର୍ଟର ପୂର୍ବତନ ଜଷ୍ଟିସ ବେଲା ଏମ ତ୍ରିବେଦି, ବରିଷ୍ଠ ଆଇନଜୀବୀ ଜଷ୍ଟିସ ପି.ଏସ. ନରସିହ୍ମା ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ