Masthead

ମୂର୍ତ୍ତି ଓ ମା’ଙ୍କ ପୂଜାକୁ ନେଇ ପ୍ରତିବାଦ

କଟକ (ବଡ଼ ଖବର ବ୍ୟୁରୋ): କଟକରେ ୪ ଫୁଟର ମୂର୍ତ୍ତି ଓ ପରଦା ଆଢୁଆଳରେ ମା’ଙ୍କ ପୂଜାକୁ ନେଇ ପ୍ରତିବାଦ । କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ଓଡ଼ିଶା ପ୍ରସିଦ୍ଧ କଟକ ଦଶହରା ଫିକା ପଡିଛି । ସରକାରଙ୍କ ନିୟମ ଅନୁଯାୟୀ ୪ ଫୁଟର ମୂର୍ତ୍ତି ନିର୍ମାଣ ଓ ପୂଜା ମଣ୍ଡପରେ ୭ ଜଣଙ୍କୁ ନେଇ ପରଦା ଆଢୁଆଳରେ ମା’ଙ୍କ ପୂଜା କରାଯିବା ପାଇଁ ଅନୁମତି ମିଳିଛି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସହରବାସୀ ।

ତିନିଦିନ ତଳେ ବାରବାଟୀ ବିଧାୟକ ମହମ୍ମଦ ମୋକିକ୍ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ ପୂର୍ବରୁ ଯେମିତି ମୂର୍ତ୍ତି ନିର୍ମାଣ ହେଉଥିଲା ସେମିତି ହେବା ସହ ଭକ୍ତମାନଙ୍କୁ ମା’ଙ୍କ ଦର୍ଶନର ସୁଯୋଗ ଦିଆଯାଉ । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି କଟକ ସହରର କିଛି ସାମାଜିକ ସଂଗଠନ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି । କଟକରେ ୪ ଫୁଟର ମୂର୍ତ୍ତି ଓ ପରଦା ପଛପଟେ ପୂଜା କରାଯିବା ନିୟମକୁ ବିରୋଧ କରିଛନ୍ତି ।

ସାମାଜିକ ସଂଗଠନ ବାଦାମବାଡି ଛକ ନିକଟରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସରକାରଙ୍କ ଏହି ନିୟମକୁ ଖୋଲାଖୋଲି ବିରୋଧ କରିଛନ୍ତି । କଟକ ସହରର ଭାଇଚାର ଓ ପରମ୍ପରା ଐତିହ୍ୟକୁ ସରକାର ବୁଡେଇ ଦେବାକୁ ବସିଛନ୍ତି । ଯାହାକି ଏହା କେବେ କରିବାକୁ ଦେବୁ ନାହିଁ ବୋଲି ପ୍ରତିବାଦକାରୀମାନେ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ