Masthead

ଆସିଲା ସେପ୍ଟେମ୍ବର ଗାଇଡଲାଇନ, ବାଧ୍ୟତାମୂଳକ ନୁହେଁ କୋଭିଡ ସାର୍ଟିଫିକେଟ ଓ ଟିକା ପ୍ରମାଣ ପତ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରୁ ହଟିଲା ସପ୍ତାହନ୍ତ ସଟଡାଉନ । ରହିବ ନାଇଟ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ପୌରାଞ୍ଚଳରେ ରହିବ ନାଇଟ କର୍ଫ୍ୟୁ । ସକାଳ ୫ରୁ ରାତି ୧୦ ଯାଏ ଖୋଲିପାରିବ ଦେକାନ ବଜାର । ବାହାଘର, ବ୍ରତଘର ଓ ଶୁଦ୍ଧି କ୍ରିୟାରେ ୨୫୦ଜଣ ସାମିଲ ହୋଇପାରିବେ । ବାହାଘର ବରଯାତ୍ରୀରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ । ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଅନୁମତି ନେଇ ହୋଇପାରିବ ବିବାହ ଶୋଭାଯାତ୍ରା । ରାଜନୈତିକ, ସାମାଜିକ, ସାଂସ୍କୃତିକ ସମାବେଶରେ କଟକଣା ।

ଏଣିକି କୋଭିଡ ସାର୍ଟିଫିକେଟ ଓ ଟିକା ପ୍ରମାଣ ପତ୍ର ବାଧ୍ୟତାମୂଳକ ନୁହେଁ । ସୂଚନା କେନ୍ଦ୍ର, ଲାଇବ୍ରେରୀ ଖୋଲା ରହିବ । ସଂକ୍ରମଣ ସ୍ଥିତି ଦେଖି ଜିଲ୍ଲାପାଳ ଚାହିଁଲେ ଅତିରିକ୍ତ କଟକଣା ବଢ଼ାଇପାରିବେ । ପ୍ରଦର୍ଶନୀ, ବାଣିଜ୍ୟମେଳା ଆଦିକୁ ବାରଣ । ନାଇଟ କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ । ଓଲା, ଉବେର ଆଦିକୁ ଅନୁମତି । ବସ ଷ୍ଟାଣ୍ଡ, ଷ୍ଟେସନ ଏୟାରପୋର୍ଟ ଯାଇପାରିବେ । ପୂଜା ପାର୍ବଣ ପାଇଁ ଆସିବ ନୂଆ ଗାଇଡଲାଇନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା