Masthead

ଦେଶୀ ପକ୍ଷୀଙ୍କ ସଂଖ୍ୟା ଭିତରକନିକାରେ ବେଶୀ

ରାଜକନିକା (ବଡ଼ ଖବର ବ୍ୟୁରୋ): ଭିତରକନିକାରେ ବୃଦ୍ଧିପାଇଲା ଦେଶୀୟ ପକ୍ଷୀ ସଂଖ୍ୟା । ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ଦେଶୀୟ ପକ୍ଷୀଗଣନା ଶେଷ ହୋଇଛି । ଏହି ଦେଶୀୟ ପକ୍ଷୀଗଣନା ୭ଦିନ ଧରି ଚାଲିଥିଲା । ପକ୍ଷୀ ଗଣନା ପାଇଁ ଦୁଇଟି ଟିମ ଗଠନ ହୋଇଥିଲା । ଚଳିତବର୍ଷ ଭିତରକନିକାରେ ୧ ଲକ୍ଷ ୮ ହଜାର ୬୩୯ଟି ପକ୍ଷୀ ଓ ୨୨ହଜାର ୮୨୮ଟି ବସା ଗଣନା କରାଯାଇଛି ।

ଗତବର୍ଷ ୯୭ ହଜାର ୮୬୬ଟି ପକ୍ଷୀ ଓ ୨୧ହଜାର ୧୮୫ଟି ବସା ଗଣନା କରାଯାଇଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ ୧୦ ହଜାର ୭୭୩ଟି ଦେଶୀୟ ପକ୍ଷୀ ଓ ୧ ହଜାର ୬୪୩ଟି ବସା ଅଧିକ ହୋଇଥିବା ସୂଚନା ମିଳିଛି । ବର୍ଷା ଋତୁର ଆରମ୍ଭରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଭିତରକନିକାକୁ ଦେଶୀୟ ପକ୍ଷୀମାନେ ଆସିଥାନ୍ତି ।

ଗେଣ୍ଡାଳିଆ, ରାଣୀବଗ, ମଝିଆବଗ, ଛୋଟ ବଗ, ଖଇରା ବଗ, ମାଟିଆ ବଗ, ଅନ୍ଧାରିଆ ବଗ, ପାଣି କୁଆ, ଦା ବେଣ୍ଟିଆ, କାପରଖାଇ ଭଳି ୧୦ ପ୍ରଜାତିର ପକ୍ଷୀ ଭିତରକନିକାର ମଠ ଆଡିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗା ପ୍ରସାଦଡିଆର ଗଛମାନଙ୍କରେ ବସା ବାନ୍ଧିଛନ୍ତି । ଦେଶୀୟ ପକ୍ଷୀମାନଙ୍କୁ ସୁରକ୍ଷା ଦେବାପାଇଁ ବନବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ