Masthead

ଭଙ୍ଗା ହେବ ୪୦ ମହଲା କୋଠା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରିୟଲ ଷ୍ଟେଟ କମ୍ପାନୀ ସୁପରଟେକକୁ ମିଳିଲା ବଡ଼ ଝଟକା । ନୋଏଡାରେ ଥିବା ସୁପରଟେକ ଏମେରାଲ୍ଡ କୋର୍ଟ ପରିଯୋଜନାର ୪୦ ମହଲା ବିଶିଷ୍ଟ ଦୁଇଟି ଟାୱାରକୁ ଭାଙ୍ଗିବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏପେକ୍ସ ଓ ସିୟେନ ନିୟମ ଉଲ୍ଲଘଂନ କରି ନିର୍ମାଣ କରାଯାଇଥିଲା । ସୁପ୍ରିମକୋର୍ଟ ଉଭୟ ଟାୱାରକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

କେବଳ ଏତିକି ନୁହେଁ ବରଂ, ସମ୍ପୃକ୍ତ ଟାୱାରରେ ଘର କିଣିଥିବା ଲୋକମାନଙ୍କର ବୁକିଂ ସମୟରେ ଦିଆଯାଇଥିବା ପଇସା ଠାରୁ ୧୨ ପ୍ରତିଶତ ସୁଧ ଆକାରରେ ଫେରାଇବାକୁ ସମ୍ପୃକ୍ତ କମ୍ପାନୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ରେଜିଡେଟ୍ସ ବେଲ୍ଫେୟର ଆସୋସିଏସନଙ୍କୁ ଦୁଇଟି ଟାୱାର ନିର୍ମାଣ ସହ ଜଡିତ ରହିଥିବାରୁ ଦୁଇ କୋଟି ଟଙ୍କା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅପରପକ୍ଷେ ସମ୍ପୃକ୍ତ ଟାୱାର ଦୁଇଟିର ନିର୍ମାଣ ନୋଏଡା ପ୍ରାଧିକରଣ ଏବଂ ସୁପରଟେକର ଅଧିକାରୀଙ୍କ ମିଳିତ ସହଯୋଗରେ ହୋଇଛି ବୋଲି ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ କହିଥିଲେ । ଅନ୍ୟପଟେ ଏ ଖବର ସାମ୍ନାକୁ ଆସିବା ପରେ ସୁପରଟେକ ରିୟେଲ ଷ୍ଟେଟ କମ୍ପାନୀ ଉଚ୍ଚତମ ନ୍ୟାୟଳୟଙ୍କ ଆଦେଶ ବିରୁଦ୍ଧରେ ପୁନଃବିର୍ଚାର କରିବା ପାଇଁ ରଚିକା ଦାଏର କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ