ଭଙ୍ଗା ହେବ ୪୦ ମହଲା କୋଠା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରିୟଲ ଷ୍ଟେଟ କମ୍ପାନୀ ସୁପରଟେକକୁ ମିଳିଲା ବଡ଼ ଝଟକା । ନୋଏଡାରେ ଥିବା ସୁପରଟେକ ଏମେରାଲ୍ଡ କୋର୍ଟ ପରିଯୋଜନାର ୪୦ ମହଲା ବିଶିଷ୍ଟ ଦୁଇଟି ଟାୱାରକୁ ଭାଙ୍ଗିବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏପେକ୍ସ ଓ ସିୟେନ ନିୟମ ଉଲ୍ଲଘଂନ କରି ନିର୍ମାଣ କରାଯାଇଥିଲା । ସୁପ୍ରିମକୋର୍ଟ ଉଭୟ ଟାୱାରକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

କେବଳ ଏତିକି ନୁହେଁ ବରଂ, ସମ୍ପୃକ୍ତ ଟାୱାରରେ ଘର କିଣିଥିବା ଲୋକମାନଙ୍କର ବୁକିଂ ସମୟରେ ଦିଆଯାଇଥିବା ପଇସା ଠାରୁ ୧୨ ପ୍ରତିଶତ ସୁଧ ଆକାରରେ ଫେରାଇବାକୁ ସମ୍ପୃକ୍ତ କମ୍ପାନୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ରେଜିଡେଟ୍ସ ବେଲ୍ଫେୟର ଆସୋସିଏସନଙ୍କୁ ଦୁଇଟି ଟାୱାର ନିର୍ମାଣ ସହ ଜଡିତ ରହିଥିବାରୁ ଦୁଇ କୋଟି ଟଙ୍କା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅପରପକ୍ଷେ ସମ୍ପୃକ୍ତ ଟାୱାର ଦୁଇଟିର ନିର୍ମାଣ ନୋଏଡା ପ୍ରାଧିକରଣ ଏବଂ ସୁପରଟେକର ଅଧିକାରୀଙ୍କ ମିଳିତ ସହଯୋଗରେ ହୋଇଛି ବୋଲି ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ କହିଥିଲେ । ଅନ୍ୟପଟେ ଏ ଖବର ସାମ୍ନାକୁ ଆସିବା ପରେ ସୁପରଟେକ ରିୟେଲ ଷ୍ଟେଟ କମ୍ପାନୀ ଉଚ୍ଚତମ ନ୍ୟାୟଳୟଙ୍କ ଆଦେଶ ବିରୁଦ୍ଧରେ ପୁନଃବିର୍ଚାର କରିବା ପାଇଁ ରଚିକା ଦାଏର କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ