Masthead

ଲୋକଙ୍କ ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ‘ମୁ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) :    ଦିନକୁ ଦିନ ରୂପ ବଦଳାଉଛି ମହାମାରୀ କୋରନା । ପୁଣି ସାମ୍ନାକୁ ଆସିଲା କରୋନା ଭୂତାଣୁର ଆଉ ଏକ ନୁଆ ଭାରିଆଣ୍ଟ । ନୁଆ ରୂପରେ ପୁଣି ଲୋକଙ୍କ ମନରେ ଆତଙ୍କ ଖେଳାଇଛି କରୋନା । ଡେଲ୍ଟା,ଡେଲ୍ଟା ପ୍ଲସ୍,ଲାମଡା,ଆଲ୍ଫା,ଗାମା,ବିଟା ପରି ଅନେକ ଭୂତାଣୁ ଆଗରୁ ଆସି ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ଆସିଛି ବି-୧.୬୨୧ । ଏହାକୁ ଏମ୍ୟୁ ବା ‘ମୁ’ ବୋଲି ମଧ୍ୟ କୁହାଯାଉଛି । ବିଶ୍ୱ ସଂସ୍ଥା ସଂଗଠନ ପକ୍ଷରୁ କୁହାଯାଇଛି ଯେ ଏହି ନୁଆ ଭୂତାଣୁ ଉପରେ ତୀକ୍ଷ୍ଣ ନଜର ରଖାଯାଇ ଅଧିକ ଗବେଷଣା କରାଯାଉଛି । ଚଳିତବର୍ଷ ଜାନୁଆରୀରେ ମ୍ୟୁ ବିଷୟରେ ଜଣା ପଡିଥିଲା । ଏବେ ମ୍ୟୁ ସହ ଜଡିତ ମାମଲା ୪୦ ହଜାରରୁ ଅଧିକ ମାମଲା ଦେଖା ଦେଇଛି । ଏହା ଏବେ କ୍ଷୀପ୍ର ଗତିରେ ବ୍ୟାପୁଛି ।

ହୁ’ର କହିବା ଅନୁଯାଇ ,ନୁଆ ଭାରିଆଣ୍ଟ ‘’ମୁ’ ଟିକାର ପ୍ରଭାବକୁ ଅକାମୀ କରିଦେଇପାରେ । ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱର ପ୍ରଭାବ ପକାଉଛି । ବିଶ୍ୱ ସଂସ୍ତା ସଂଗଠନର ରିର୍ପୋଟ ଅନୁସାରେ ଜାନୁଆରୀ ୨୦୨୧ରେ ମ୍ୟୁ ଭାରିଆଣ୍ଟ କଲମ୍ବିଆରେ ପ୍ରଥମେ ଟିହ୍ନଟ ହୋଇଥିଲା । ତେବେ ଏହା ପରେ ୟୁରୋପ ଓ ଦକ୍ଷୀଣ ଆମେରିକା ର କିଛି ସ୍ଥାନରେ ବ୍ୟାପି ଗଲାଣି । ତେବେ ବର୍ତ୍ତମାନ ମ୍ୟୁ ଭାରଆଣ୍ଟ ଲୋକଙ୍କୁ ଅଧିକ ସଂକ୍ରମିତ ହେଉଛି କି ନାହିଁ ସେ ନେଇ କୌଣସି ସୂଚନା ନାହିଂ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ