Masthead

ଛେପରେ ଭାସିଯିବ ଭୁପେଶ ସରକାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଛେପରେ ଭାସିଯିବ ଭୁପେଶ ସରକାର । ୨୦୨୩ ନିର୍ବାଚନରେ ଲୋକଙ୍କ ଛେପରେ ଭାସିଯିବ ଭୁପେଶ ବାଘେଲଙ୍କ ସରାକାର । ଛତିଶଗଡର ବସ୍ତରରେ କର୍ମୀ ସମ୍ମିଳନୀରେ ଯୋଗଦେଇ ବିଜେପି ନେତ୍ରୀ ଡି ପୁରନ୍ଦେଶ୍ୱରୀ କହିଛନ୍ତି । ଏହି ବିବୃତ୍ତି ସାମ୍ନାକୁ ଆସିବା ପରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଏବଂ ଶାସକ କଂଗ୍ରେସ ଦଳ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏହି ବିବୃତ୍ତିକୁ କଡା ସମାଲୋଚନା କରିବା ସହ ବିଜେପି ଉପରେ ବର୍ଷିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ।

ତେବେ ଡି ପୁରନ୍ଦେଶ୍ୱରୀଙ୍କୁ ଭଲ ଭାବରେ ମନେରଖିବା ଦରକାର ଯେ, ଯଦି ଆକାଶରେ ଛେପ ପକାନ୍ତି, ତାହାଲେ ସେ ଛେପ ଫେରି ଆସି ନିଜ ମୁହଁରେ ହିଁ ପଡିଥାଏ । ଏହା ସହ ଏପରି ବିବୃତ୍ତିରେ କିପରି ପ୍ରତିକ୍ରିୟା କରିି ଭୂପେଶ ବାଘେଲ କହିଛନ୍ତି । କାରଣ ମୁଁ କେବେ ଆଶା କରିନଥିଲି ଯେ ବିଜେପିରେ ଯୋଗଦେବା ପରେ ପୁରନ୍ଦେଶ୍ୱରୀ ଜୀଙ୍କର ମାନସିକ ସ୍ଥିତି ଏହି ସ୍ତରକୁ ଆସିବ । ଯେତେବେଳେ ସେ ରାଜ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ଭଲ ଥିଲେ । କିନ୍ତୁ ବିଜେପିରେ ଯୋଗଦେବା ପରେ ତାଙ୍କର କ’ଣ ହୋଇଛି ତାହା ବୁଝା ପଡୁ ନାହିଁ । ପୁରନ୍ଦେଶ୍ୱରୀ ଜୀଙ୍କୁ ଭଲ ଭାବରେ ମନେ ରଖିବା ଦରକାର , ସେ ଯଦି ଆକାଶରେ ଛେପ ପକାନ୍ତି ତାହାଲେ ସେହି ଛେପ ତାଙ୍କ ମୁହଁରେ ହିଁ ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ