Masthead

ତାଲିବାନ ମୁଖିଆ: ମୁଲ୍ଲା ବରାଦର

(ବଡ଼ ଖବର ବ୍ୟୁରୋ): ଶନିବାର ତାଲିବାନର ନୂଆ ସରକାର । ମୁଖିଆ ହେବେ ମୁଲ୍ଲା ବରାଦର । ୧୯୯୬ ରୁ ୨୦୦୧ ତାଲିବାନ ସରକାରରେ ବରାଦର ଥିଲେ ରକ୍ଷାମନ୍ତ୍ରୀ । ତେବେ ମୁସଲିମ୍ ଧର୍ମଗୁରୁଙ୍କୁ ନେଇ ଗଠିତ ସୁରା ସମିତି ହାତରେ ରହିବ କ୍ଷମତା । ଏପଟେ କାଶ୍ମୀର ପ୍ରସଙ୍ଗରେ ତାଲିବାନ ସ୍ବର ବଦଳାଇଛି । ତାର ଅସଲ ରଙ୍ଗ ଦେଖାଇ ତାଲିବାନ କହିଛି , କାଶ୍ମୀର ସମେତ ସାରା ବିଶ୍ବର ମୁସଲିମଙ୍କ ପାଇଁ ଆମେ ସ୍ବର ଉଠାଇବୁ । ସେହିପରି ଚୀନକୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ପାଟର୍ନର କହିବା ସହ ଆଫଗାନିସ୍ତାନରେ ନିବେଶ ଲାଗି ଆମନ୍ତ୍ରଣ କରିଛି ତାଲିବାନ ।

ଚୀନର ୱାନ୍ ବେଲ୍ଟ ୱାନରୋଡକୁ ସହଯୋଗ କରିବା ସହ, ଚୀନ ପାଇଁ ଆଫଗାନିସ୍ତାନ ତମ୍ବା ଖଣି ଖୋଲି ଦେଇଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନ ସରକାରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ । ନୂଆ ସରକାରର କମାଣ ସମ୍ଭାଳିବ ମୁଲ୍ଲା ବରାଦର । ତାଲିବାନ ସଂଗଠନରେ ବରାଦର ଦ୍ବିତୀୟ ନମ୍ବର ନେତା । ୧୯୯୬ରୁ ୨୦୦୧ ତାଲିବାନ ସରକାରରେ ବରାଦର ଥିଲା ରକ୍ଷାମନ୍ତ୍ରୀ । ୨୦୦୧ରେ ଆଫଗାନିସ୍ତାନକୁ ଆମେରିକା କବଜା କରିବା ପରେ ବରାଦର ଚାଲି ଯାଇଥିଲା ପାକିସ୍ତାନ ।

୨୦୧୮ରେ ଦୋହାରେ ତାଲିବାନ ରାଜନୈତିକ ଅଫିସ୍ ଖୋଲିବା ପରେ ବରାଦର ନେତୃତ୍ବରେ ଆମେରିକା ସହ ଶାନ୍ତି ବାର୍ତ୍ତା ହୋଇଥିଲା । ସୂତ୍ର ଅନୁଯାୟୀ ସରକାରରେ ୨୫ଜଣ ମନ୍ତ୍ରୀ ରହିବେ । ତେବେ ୧୨ ମୁସଲିମ୍ ଧର୍ମଗୁରୁଙ୍କୁ ନେଇ ଗଠିତ ସୁରା ସମିତି ହାତରେ ରହିବ କ୍ଷମତା । ଏହି ସମିତି ସରକାରଙ୍କୁ ପରାମର୍ଶ ଦେବ । ତାଲିବାନର ସୁପ୍ରିମଲିଡର ହିବାତୁଲ୍ଲା ଅଖୁନଜାଦା ଧର୍ମୀୟ ମାମଲାର ମୁଖ୍ୟ ରହିବ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ