Masthead

‘ମୁଁ ଦେଶ ଛାଡି ଯାଇନି’: ଅମରୁଲ୍ଲା ସାଲେହ

କାବୁଲ (ବଡ଼ ଖବର ବ୍ୟୁରୋ):      ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଜବର ଦଖଲ କରିଥିବା ତାଲିବାନ ଏବେ ନିଜ କ୍ଷମତାକୁ ଫେରିଛି । ଗତକାଲି ପଞ୍ଜଶିରଙ୍କୁ କାବୁ କରିଥିବା ନେଇ ଦାବି କରିଛି । ଗଣମାଧ୍ୟମ ରିର୍ପୋଟରେ ଗତକାଲି ଏହା ଦାବି ହୋଇଥିଲା ଯେ ପଞ୍ଜଶିର ଏବେ ତାଲିବାନୀ ଅଧୀନରେ ଅଛି । କେବଳ ଏତିକି ନୁହେଁ,ନିଜକୁ ଆଫଗାନର ରାଷ୍ଟ୍ରପତି ଘୋଷଣା କରିଥିବା ଅମରୁଲ୍ଲା ସାଲେହ ମଧ୍ୟ ପଞ୍ଜଶିର ଛାଡିଦେଇଥିବା ଖବର ମଧ୍ୟ ଚର୍ଚ୍ଚା ହେଉଛି ।

ହେଲେ ଅମରୁଲ୍ଲା ସାଲେହ ନିଜେ ଏକ ଭିଡିଓ ଜରିଆରେ ଏହା କହିଛନ୍ତି ଯେ ସେ ଦେଶ ଛାଡି ପଳାଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା । ସେ ଏବେ ବି ପଞ୍ଜଶିର ଉପତ୍ୟାକାରେ ଅଛନ୍ତି । ସେ ସବୁ କ୍ଷେତ୍ରରେ ତାଲିବାନୀଙ୍କ ସହ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ତାଲିବାନର ଏପରି ଗୁଜବ ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଗତ ଚାରିରୁ ପାଞ୍ଚ ଦିନ ହେଲା ତାଲିବାନ ଓବଂ ଅନ୍ୟ ସୈନ୍ୟମାନେ ପଞ୍ଜଶିର ଉପତ୍ୟାକା ଉପରେ ଆକ୍ରମଣ କରୁଛନ୍ତି । ହେଲେ ଏ ଯାଏଁ ତାଲିବାନ ପଞ୍ଜଶିରକୁ ଦଖଲ କରିନାହିଁ । ଏବେବି ତାଲିବାନ ପଞ୍ଜଶିର ଉପତ୍ୟାକାଠୁ ବହୁ ଦୂରରେ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା