Masthead

ତାଲିବାନକୁ କଡା ଜବାବ ଦେଲେ ମାସୁଦ

କାବୁଲ(ବଡ଼ ଖବର ବ୍ୟୁରୋ):   ଆଫଗାନିସ୍ତାନର ପଞ୍ଜଶିରକୁ ନେଇ ତାଲିିବାନ ଓ ନର୍ଦ୍ଦନ ଆଲାଏନ୍ସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଛି । ଗତକାଲି ତାଲିବାନ ପଞ୍ଜଶିରକୁ ଦଖଲ କରିଥିବା ନେଇ ଦାବି କରିଥିଲା । ସେଠାରେ ତାଲିବାନ ନିଜ କ୍ଷମତା ସୁନିଶ୍ଚିନ୍ତ କରିଥିବା ନେଇ କିଛି ଗଣମାଧ୍ୟମ ରିର୍ପୋଟରୁ ଜଣାପଡିଥିଲା । କେବଳ ଏତିକି ନୁହେଁ ନିଜକୁ ଆଫଗାନସ୍ତାନର ରାଷ୍ଟ୍ରପତି କହୁଥିବା ଅମରୁଲ୍ଲା ସାଲେହ ପଞ୍ଜଶିର ଛାଡି ପଳାଇଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା । ହେଲେ ଏହାକୁ ଖଣ୍ଡନ କରିଥିଲେ ନିଜେ ଅମରୁଲ୍ଲା ସାଲେହ । ସେ କହିଥିଲେ ଯେ,ମୁଁ ଏବେ ବି ପଞ୍ଜଶିରରେ ଅଛି । ପଞ୍ଜଶିର ଉପତ୍ୟାକାକୁ ତାଲିବାନ ଦଖଲ କରିଥିବା ଖବର ସମ୍ଫୂର୍ଣ୍ଣ ମିଥ୍ୟା । ମିଳିଥିବା ସୂଚନା ଅନୁଯାୟୀ , ଏବେ ବି ପଞ୍ଜଶିରର ବିଭର୍ନ୍ନ ସ୍ଥାନରେ ତାଲିବାନ ଓ ନର୍ଦ୍ଦନ ଆଲିଆନ୍ସ ମଧ୍ୟରେ ଜୋରଦାର ଲଢେଇ ଚାଲିଛି ।

ସେପଟେ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ ଅହମଦ ମାସୁଦ ତାଲିବାନକୁ କଡା ଚେତାବନୀ ଦେଇଛନ୍ତି । ଆଉ କହିଛନ୍ତି, ପଞ୍ଜଶିରବାସୀ କେବେବି ତାଲିବାନ ସମ୍ମୁଖରେ ଆତ୍ମସର୍ମପଣ କରିବେ ନାହିଁ । ଆମେ ତାଲିବାନ ବିରୋଧରେ ଲଢେଇ ଜାରି ରଖିଛୁ ଆଉ ଆଗକୁ ବି ଜାରି ରଖିବୁ । ଆମେ କେବେ ହେଲେ ନିରାଶ ହେବୁ ନାହିଁ । ନିଜ ସ୍ୱଧୀନତା ଆଉ କାହା ହାତରେ ଟେକି ଦବୁ ନାହିଁ । ନିଜ ଅଧିକାର ପାଇଁ ସ୍ୱର ଉଠାଉଛନ୍ତି ପଞ୍ଜଶିରବାସୀ । ଏହା ଏକ ଲମ୍ବା ଲଢେଇ । ଆମେ ଲଢେଇ କରିବାକୁ ପ୍ରସ୍ତୁତ ଅଛୁ । ସବୁ ସମୟରେ ଆମେ ତାଲିବାନୀଙ୍କ ବିରୋଧରେ ଲଢିବା ପାଇଁ ତୟାର ଅଛୁ । ଲଢିବା ଛାଡିଦେଲେ ବିଫଳତା ମିଳିଥାଏ । ଆମ ଲୋକମାନେ କେବେ ହେଲେ ଆଶା ହରେଇବେ ନାହିଁ । ଆମେ ସମସ୍ତେ ଏକ ସୁନ୍ଦର ଓ ମୁକ୍ତ ଆଫଗାନସ୍ତାନ ଗଠନ କରିବାକୁ ଆଗକୁ ବଢିବୁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!