Masthead

ଲୁହରେ ଭିଜିଲା ବିଧାନସଭା

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ବିଜେଡିର ପିପିଲି ବିଧାୟକ,ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକର ଛାୟା ଖେଳିଯାଇଛି । ଆଜି ବିଧାନସଭା ଆରମ୍ଭ ହେବା କ୍ଷଣି ବିଜେଡି ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳନେତା ଓ କଂଗ୍ରେସ ବିଧାୟକମାନେ । ଗୃହରେ ଶାସକ ଓ ବିରୋଧୀ ବିଧାୟକମାନେ ସ୍ୱର୍ଗତ ମହାରଥୀଙ୍କ ଗୁଣଗାନ କରି ଭାବବିହ୍ୱଳ ହୋଇପଡିଥିଲେ । ଦିବଂଗତ ନେତାଙ୍କ ସ୍ମୃତିଚାରଣ କରି ଉଭୟ ଶାସକ ଓ ବିରୋଧୀ ସଭ୍ୟମାନେ ରାଜ୍ୟର ଜଣେ ଦକ୍ଷନେତାଙ୍କୁ ହରାଇଲା ବୋଲି କହିଥିଲେ । ଶୋକ ପ୍ରସ୍ତାବ ଆଲୋଚନାରେ ଭାଗ ନେଇଥିବା ବିଧାୟକମାନଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିବା ବେଳେ ଆଖି ଲୁହରେ ଛଳଛଳ ହୋଇଯାଇଥିଲା । ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆଜି ଦିନକ ପାଇଁ ମୁଲତବି ଘୋଷଣା କରିଛନ୍ତି ।

କରୋନା ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ରାଜ୍ୟରେ ଚାଲିଥିବା ବିଜେଡିର ପଦଯାତ୍ରାକୁ ଆଜି ଦିନକ ପାଇଁ ମହାରଥୀଙ୍କ ସ୍ମୃତିରେ ସ୍ଥଗିତ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ