Masthead

ଆଫଗାନିସ୍ତାନରେ କାୟା ବିସ୍ତାର କରିବାକୁ ଚୀନ୍ ବ୍ୟାକୁଳ

କାବୁଲ( ବଡ଼ ଖବର ବ୍ୟୁରୋ ): ମଧ୍ୟ ଏସିଆ ଉପରେ ଡ୍ରାଗନ୍ ଆଖି । ଆଫଗାନିସ୍ତାନରେ କାୟା ବିସ୍ତାର କରିବାକୁ ଚୀନ୍ ବ୍ୟାକୁଳ । ଆଫଗାନିସ୍ତାନରୁ ଆମେରିକା ହଟିବା ପରେ ଚୀନ୍ ଆଖିପକାଇଛି । ବେଜିଂ ଦୀର୍ଘ ଦିନ ଧରି ମଧ୍ୟ ଏସିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛି । ଚିନ୍ ସାଂଘାଇ କେନ୍ଦ୍ରୀୟ ସଂଗଠନ (ଏସସିଓ) ମାଧ୍ୟମରେ ଆଞ୍ଚଳିକ ସମୀକରଣ ଗଠନ କରୁଛି। ତେବେ ଆମେରିକାର ଉପସ୍ଥିତି ଯୋଗୁଁ ଚିନ୍ ଆଫଗାନିସ୍ତାନରେ ପାଦ ଦେଇପାରିନଥିଲା ।

ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ଆଫଗାନିସ୍ତାନରେ ପ୍ରଭାବ ବିସ୍ତାର କରିବାୁ ଚୀନ୍ ଆବଶ୍ୟକଭିତ୍ତିଭୂମିର ମଜଭୁତ କରୁଛି । କାବୁଲର ପତନ ପରେ ତୁରନ୍ତ ତାଲିବାନ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଛି ଚିନ୍ । ଚୀନ୍ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ ଚୀନ୍ ବୈଦେଶିକ ମନ୍ତ୍ରୀ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ୍ ଆମୀର ଅବଦୋଲ୍ଲାହାନଙ୍କ ସହ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!