Masthead

ପୁରୁଷଶୂନ୍ୟ ପରିବାର ଲାଗି ସରକାରୀ ସହାୟତା ସାତସପନ

ଭଦ୍ରକ (ବଡ଼ ଖବର): ଘରେ ଜଣେ ହେଲେ ବି ନାହାଁନ୍ତି ପୁରୁଷ । ପରିବାର କହିଲେ ୫ଜଣ ବଢ଼ିଲା ଝିଅ ସାଙ୍ଗକୁ ୭୫ ବର୍ଷୀୟା ଅନ୍ଧୁଣୀ ଜେଜେମା । ୬ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଠିକସେ ମିଳୁନାହିଁ ଦୁଇମୁଠା ଦାନା । ଘର କଥା ନକହିବା ଭଲ । ଅସରାଏ ବର୍ଷା ହେଲେ ଘର ଭିତରେ ଭରିଯାଉଛି ପାଣି । ବହୁ ଦୁଃଖ କଷ୍ଟରେ ଚଳୁଛନ୍ତି ଏହି ପରିବାର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଳକ ନାଆମି ପଞ୍ଚାୟତ ଅନ୍ତର୍ଗତ ସାତତୋଳା ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ସୁଦର୍ଶନ ନାୟକଙ୍କ ମୃତ୍ୟୁ ପରେ ଏବେ ଦୁର୍ଦ୍ଦିନରେ ଗତି କରୁଛି ତାଙ୍କ ପରିବାର । କେବଳ ରାସନକାର୍ଡ ଖଣ୍ଡକ ଛାଡି ଦେଲେ ଏମାନଙ୍କୁ କୌଣସି ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହେଉଛି । ଗରିବ ଲୋକଙ୍କ ସୁବିଧା ଲାଗି ସରକାର ବିଭିନ୍ନ ଯୋଜନା କରିଥିଲେ ସୁଦ୍ଧା ଏମାନଙ୍କ ଲାଗି ତାହା ସାତସପନ ।

ସୁଦର୍ଶନଙ୍କ ପରିବାର କହିଲେ ଝିଅ ରାଧିକା, ଅହଲ୍ୟା, ମେନକା, ସେବିକା, କବିତାଙ୍କ ସହ ସ୍ତ୍ରୀ ଏବଂ ବୁଢ଼ୀ ମା । ୧୦ ବର୍ଷ ପୂର୍ବେ ସୁଦର୍ଶନଙ୍କ ଦୁର୍ଘଟଣାରେ ମୃତ୍ୟୁୁ ହୋଇଥିଲା । ପରେ ପରେ ତାଙ୍କ ସ୍ତ୍ରୀ ସରୋଜିନୀ ପରଘରେ ମୂଲ ଲାଗି ପରିବାର ପୋଷୁଥିଲେ । ଏଇ ମାସେ ତଳେ ତାଙ୍କର ମୃତ୍ୟୁ ହେବାପରେ ପରିବାର ମୁଣ୍ଡରେ ପଡିଛି ଚଡକ । ପୂର୍ବରୁ ୩ଝିଅଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଥିବା ବେଳେ ଏବେ ଦୁଇଝିଅ ଗାଁ ସ୍କୁଲରେ ପଢ଼ୁଛନ୍ତି । ବଡ଼ଝିଅ ରାଧିକା ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଅର୍ଥ ଅଭାବରୁ ପାଠପଢ଼ା ଅଧାରେ ବନ୍ଦ ହୋଇଯାଇଛି । ସରକାରୀ ସହାୟତା ମିଳିଲେ ରାଧିକା ପୁଣିଥରେ ପାଠ ପଢ଼ିବେ ବୋଲି ଆଶା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ