Masthead

କିଏ ହେବ ଆଫଗାନ ରାଷ୍ଟ୍ରମୁଖ୍ୟ ?

(ବଡ଼ ଖବର ବ୍ୟୁରୋ): ଚାଲିଛି ତାଲିବାନୀଙ୍କ ଶାସନ । ବଳି ପଡୁଛନ୍ତି ନିରୀହ ଜନତା । କିନ୍ତୁ ଏହାରି ମଧ୍ୟରେ ସାମନାକୁ ଆସିଛି ଆଫଗାନିସ୍ତାନର କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ । ତାଲିବାନର ବରିଷ୍ଠ ସଦସ୍ୟ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ନୂଆ ରାଷ୍ଟ୍ରମୁଖ୍ୟ ହୋଇପାରନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ତାଲିବାନର ସର୍ବୋଚ୍ଚ କମାଣ୍ଡର ହୈବତୁଲ୍ଲା ଅଖୁନ୍ଦଜାଦା, ଅଫଗାନିସ୍ତାନର ରାଷ୍ଟ୍ରପତି ଭାବେ ହସନ ଅଖୁନ୍ଦଙ୍କ ନାମକୁ ସୁପାରିଶ କରିଥିଲେ ।

ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ଏବେ ନେତୃତ୍ୱ ପରିଷଦର ମୁଖ୍ୟ ଅଛନ୍ତି । ସେ ପ୍ରାୟ ୨୦ ବର୍ଷ କାମ କରି ଧରି କାମ କରିଛନ୍ତି । ଆଉ ଆଫଗାନ ସରକାରରେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କ ପ୍ରତିନିଧି ଭାବେ ତାଲିବାନ ନେତା ମୁଲ୍ଲା ବରାଦର ଓ ମୁଲ୍ଲା ଅବଦୁସ ସଲାମ କାମ କରିବେ । ଏହି ତିନି ଜଣ ନେତା ଇସଲାମିକ୍ ଏମିରେଟସ ଆଫଗାନିସ୍ତାନର ସରକାରର ନେତୃତ୍ୱ ନେବେ ବୋଲି ଖୋଦ୍ ଅଖୁନ୍ଦଜାଦା ସୁପାରିଶ କରିଥିବା ଚର୍ଚ୍ଚା ହେଉଛି । ଆସନ୍ତା ବୁଧବାର ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ହୋଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ