୯ହଜାରରୁ ଅଧିକ ଥର ପରିଭ୍ରମଣ କରିସାରିଲାଣି ଚନ୍ଦ୍ରଯାନ-୨

(ବଡ଼ ଖବର ବ୍ୟୁରୋ): ଚନ୍ଦ୍ରଯାନ-୨ ମହାକାଶଯାନ କକ୍ଷପଥରେ ୨ବର୍ଷ ପୂରଣ କରିଛି । ଚନ୍ଦ୍ର କକ୍ଷ ପଥରେ ୯ହଜାରରୁ ଅଧିକ ଥର ପରିଭ୍ରମଣ କରିସାରିଲାଣି ଚନ୍ଦ୍ରଯାନ-୨ ମହାକାଶଯାନ । ‌ଫଟୋ ଏବଂ ତଥ୍ୟ ପାଇଁ ଏଥିରେ ରହିଥିବା ‌କ୍ୟାମେରା ଏବଂ ବୈଜ୍ଞାନିକ ଉପକରଣ ଭଲ ତଥ୍ୟ ପ୍ରଦାନ କରୁଛି। ସୋମବାର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚନ୍ଦ୍ର ବିଜ୍ଞାବ କର୍ମଶାଳା ୨୦୨୧ ଆରମ୍ଭ ବେଳେ ଏହି ସୂଚନା ଦିଆଯାଇଛି । ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୨ ଦୁଇବର୍ଷ ପୂରଣ ପରିପ୍ରେକ୍ଷୀରେ ଏହି କର୍ମଶାଳା ଆୟୋଜନ କରାଯାଇଛି।

ଇସ୍ରୋ ଅଧ୍ୟକ୍ଷ କେ ଶିବନ ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ କହିଛନ୍ତି, ଚନ୍ଦ୍ରଯାନ-୨ ମହାକାଶ ଯାନରେ ଥିବା ୮ଟି ପେଲୋଡ୍‌ ଦ୍ବାରା ଚନ୍ଦ୍ର ସଂପର୍କରେ ଅନୁଧ୍ୟାନ ଚାଲିଛି। ଚନ୍ଦ୍ରର ପୃଷ୍ଠଭୂମିରୁ ପ୍ରାୟ ୧୦୦ କିମି ଉଚ୍ଚରୁ ଉକ୍ତ ନିରୀକ୍ଷଣ କାର୍ଯ୍ୟ ହେଉଛି। ଏସଂପର୍କିତ ବୈଜ୍ଞାନିକ ତଥ୍ୟଗୁଡ଼ିକୁ ଶିକ୍ଷାବିତ୍‌ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଉପଲବ୍ଧ କରାଯାଇଛି। ଉକ୍ତ ତଥ୍ୟଗୁଡ଼ିକ ଅତ୍ୟନ୍ତ ଉତ୍ସାହଜନକ ରହିଛି ବୋଲି ଶିବନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଇସ୍ରୋର ଆପେକ୍ସ ସାଇନ୍ସ ବୋର୍ଡର ଅଧ୍ୟକ୍ଷ ତଥା ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏ ଏସ କିରନ କୁମାର କହିଛନ୍ତି ଚନ୍ଦ୍ରଯାନ-୨ ଉପଗ୍ରହରରେ ଖଞ୍ଜାଯାଇଥିବା ଉପକରଣ ଗୁଡ଼ିକରେ ଅନେକ ନୂତନତ୍ବ ରହିଛି। ଏଥିଯୋଗୁ ନିରୀକ୍ଷଣ ଆଉ ଏକ ଉନ୍ନତ ଏବଂ ଉଚ୍ଚ ପର୍ୟ୍ୟାୟକୁ ଯାଇପାରିଛି। ଏଥିରେ ଚନ୍ଦ୍ରଯାନ-୨ର ପ୍ରକଳ୍ପ ନିର୍ଦ୍ଦେଶକ ବନିତା ଏମ ଯୋଗଦେଇ ଆସନ୍ତା କିଛିବର୍ଷ ପାଇଁ ଏହି ଉପଗ୍ରହଠାରୁ ଭଲ ତଥ୍ୟ ମିଳିବା ଆଶା ରହିଛି ବୋଲି କହିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ