Masthead

ଭାରତ ଗଠନ କରିବ ରକେଟ ଫୋର୍ସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ତେବେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଭାରତ ପକ୍ଷରୁ ରକେଟ ଫୋର୍ସ ଗଠନ କରାଯିବାର କଥା ସାମ୍ନାକୁ ଆସିଛି । ଏହା ଦ୍ୱାରା ଏଲଓସି ଏବଂ ଏଲଏସିରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ବୋଲି ସେନା ମୁଖ୍ୟ ବିପିନ ରାୱତ ସୂଚନା ଦେଇଛନ୍ତି । ଏହା ଦ୍ୱାରା ଚାଇନାର ବିସ୍ତାରବାଦୀ ନୀତି ଏବଂ ପାକିସ୍ତାନକୁ ମୁକାବିଲା କରାଯାଇ ପାରିବ ବୋଲି ସେନା ମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହା ସହ ଦେଶର ସାମରିକ ଶକ୍ତି ପ୍ରତି ସୃଷ୍ଟି ହେଉଥିବା ଆହ୍ୱାନ, ସୁରକ୍ଷା ସିଦ୍ଧାନ୍ତ ଏବଂ ସଶସ୍ତ୍ର ବାହିନୀର ସଂସ୍କାର ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଉଛି ବୋଲି ସେନା ମୁଖ୍ୟ କହିଛନ୍ତି ।

ଭାରତର ଦୁଇ ଶତ୍ରୁ ପଡ଼ୋଶୀ ଦେଶ ସହ ସୀମା ବିବାଦ ଲାଗି ରହିଛି । ଅତୀତରେ ଚାଇନା ଏବଂ ପାକିସ୍ତାନ ବହୁଥର ସୀମାରେ ଉତ୍ତେଜନା ସୃଷ୍ଟି କରିଛନ୍ତି । ତେଣୁ ଜାତୀୟ ସୁରକ୍ଷା ସହ ଜଡ଼ିତ ଆହା୍ୱନର ମୁକାବିଲା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ସେନା ମୁଖ୍ୟ କହିଛନ୍ତି । କେବଳ ଏତିକି ନୁହେଁ ବରଂ ପାକିସ୍ତାନର ବନ୍ଧୁ ଚାଇନା ସହଯୋଗରେ ଭାରତ ବିରୋଧରେ ଛାୟା ଯୁଦ୍ଧ ଜାରି ରଖିଛି । ଜାମ୍ମୁ-କାଶ୍ମୀର ଏଲଓସିରେ ପାକିସ୍ତାନ ଯୁଦ୍ଧ କରୁଛି ।

ସମ୍ପ୍ରତି ପଞ୍ଜାବ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମାନ ପ୍ରକାର ଯୁଦ୍ଧ ଆରମ୍ଭ କରିବାକୁ ଚେଷ୍ଟା କରାଯାଉଛି । ସେହିପରି ଚାଇନା ମଧ୍ୟ ଦେଶର ଉତ୍ତର ସୀମାରେ ନିଜର ଶକ୍ତି ଦେଖାଇବା ଆରମ୍ଭ କରିଛି । ଦକ୍ଷିଣ ସାଗରରେ ଚାଇନାର ବିସ୍ତାରବାଦୀ ନୀତି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ବର୍ତ୍ତମାନ ଭାରତକୁ ଟେକ୍ନୋଲୋଜି ସହିତ ଏଭଳି ଆକ୍ରମଣର ସାମ୍ନା କରିବାକୁ ପଡ଼ିବ ବିପିନ ରାୱତ ଖୋଲାଖୋଲି ଭାବେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ