Masthead

ମରୁଡ଼ିର ପଦଧ୍ୱନି ମଧ୍ୟରେ ଫିକା ପଡ଼ିବ ନୂଆଁଖାଇ

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ଆଉ କିଛିଦିନ ପରେ ପାଳିତ ହେବ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ । ନୂଆଁଖାଇ ପର୍ବ ପାଳନକୁ ନେଇ ଚଳଚଂଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡିଶା । ହେଲେ ମହାମାରୀ କରୋନା ଲୋକଙ୍କ ନୂଆଁଖାଇ ଉତ୍ସାହକୁ ଫିକା ପକାଇ ଦେଇଛି । ୧୧ ତାରିଖ ଦିନ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲୋକଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । କରୋନା ସଂକ୍ରମଣ ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

ରାଜାରାଜୁଡା ସମୟରୁ ଚାଲି ଆସିଥିବା ନୂଆଁଖାଇ ପର୍ବକୁ କଟକଣା ମାନି ପାଳନ କରିବା ସହ ପରମ୍ପରାକୁ ବଜାୟ ରଖିବାକୁ ପଡିବ ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶା ବାସୀ । ଆସନ୍ତା ଶନିବାର ଦିନ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ମାଆ ସମଲେଶ୍ୱରୀ ଓ ବଲାଙ୍ଗିରର ଆରାଧ୍ୟ ଦେବୀ ମା’ ପାଟଣେଶ୍ବରୀଙ୍କ ନିକଟରେ ନବାହ୍ନ ଲାଗି କରାଯିବ । ପଶ୍ଚିମ ଓଡିଶାବାସୀ ନିଜ ନିଜ ଘରେ ପୂଜାର୍ଚ୍ଚନା କରିବା ସହ ନୂଆଁଖାଇ ପର୍ବ ପାଳନ କରିବେ ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଥିବା ବେଳେ ନୂଆଁଖାଇ ପର୍ବର ସେହି ଶୁଭ ମୁହୁର୍ତ୍ତକୁ ଲୋକେ ଅନାଇ ରହିଛନ୍ତି । ଚିରାଚରିତ ଭାବରେ ନୂଆଖାଇ ପାଇଁ ପଶ୍ଚିମ ଓଡିଶା ଚଳଚଂଚଳ ଥିଲେ ମଧ୍ୟ ଚଳିତବର୍ଷ ମରୁଡ଼ି ପାଇଁ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡ଼ିଛି । ଅନିୟମିତ ବର୍ଷା ଯୋଗୁଁ ଗଜାମରୁଡ଼ି ଭଳି ପରିସ୍ଥିତି ଯୋଗୁଁ ପଦ୍ମପୁର ଉପଖଣ୍ଡ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଚାଷୀମାନଙ୍କ ଦୁଃଖ ହରଣ କରିବା ନିମନ୍ତେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପଶ୍ଚିମ ଓଡିଶାକୁ ମରୁଡ଼ି ଘୋଷଣା କରିବା ନିମନ୍ତେ ବିଭିନ୍ନ ଚାଷୀ ସଙ୍ଗଠନ ଦାବି କରୁଛନ୍ତି । ଏହିସବୁ ମଧ୍ୟରେ ଚଳିତ ବର୍ଷ କୋରୋନା କଟକଣା ପାଇଁ ଠପ ହୋଇ ପଡିଛି ସାଧାରଣ ଲୋକଙ୍କ ରୋଜଗାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ