Masthead

ସରକାରୀ କାର୍ଯ୍ୟାଳୟ ପାଲଟିଛି ଏଲଡିଏ ଅଫିସ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ସରକାରୀ କାର୍ଯ୍ୟାଳୟ ପାଲଟିଛି ଏଲଡିଏ କାର୍ଯ୍ୟାଳୟ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ରେଂଜର ଶ୍ରୀବତ୍ସ କୁମୁରାଙ୍କ ସରକାରୀ କାର୍ୟ୍ୟାଳୟ ପାଲଟିଛି ବେସରକାରୀ ସଂସ୍ଥାର ଆଡ୍ଡାସ୍ଥଳୀ । ଏଭଳି କିଛି ଫୋଟୋ ଏବେ ଏଲଡିଏ ସଦସ୍ୟ ତାଙ୍କ ହ୍ୱାଟସଆପ ଏବଂ ଫେସବୁକରେ ଭାଇରାଲ କରିଛନ୍ତି । ସୋସିଆଲ ମିଡିଆରେ ଏଭଳି ଫୋଟୋ ଭାଇରାଲ ହେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବଦନାମ କରିବାକୁ ଅପଚେଷ୍ଟା ଚଳାଉଥିବା ପ୍ରମାଣିତ ହୋଇଛି । ଏଲଡିଏ ନାମକ ଉକ୍ତ ସଂଗଠନର ଯୁବକମାନଙ୍କୁ ଅଫିସ ଭିତରେ ବସାଇ ରେଂଜର ନିଜ ସପକ୍ଷରେ ଏବଂ ଖବର ପ୍ରସାରଣ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ବିପକ୍ଷରେ ଆନ୍ଦୋଳନ କରିବାକୁ ପ୍ରବର୍ତାଉଥିବା ଦେଖିବାକୁ ମିଲିଛି।

ଯାହା ଗଣତନ୍ତ୍ର ଏବଂ ଅଂଚଳ ପାଇଁ ଆଦୈା ଶୁଭଙ୍କର ନୁହେଁ । କାରଣ ଭ୍ରଷ୍ଟାଚାରକୁ ଲୁଚାଇ ଗଣମାଧ୍ୟମକୁ ବଦନାମ କରିବାକୁ ଏଲଡିଏ ନାମକ ଏକ ସଂଗଠନକୁ ଢାଲ କରି ସାମ୍ବାଦିକଙ୍କୁ ଗିରଫ କରିବାକୁ ପୋଲିସ ପ୍ରଶାସନକୁ ଚାପ ପକାଉଛନ୍ତି । ଏବେ ଉକ୍ତ ସଂଗଠନର ପ୍ରତିଷ୍ଠାତା ବୋଲାଉଥିବା ଲବ ସୁନା ନାମକ ବ୍ୟକ୍ତିଙ୍କୁ ରେଂଜ କାର୍ଯ୍ୟାଳୟରେ ଘଂଟା ଘଂଟା ବସାଇ ଘଟଣାକୁ ଭିନ୍ନ ମୋଡ ଦେବାକୁ ଗୁରୁମନ୍ତ୍ର ଦେଉଥିବା ଉକ୍ତ ଫୋଟୋରେ ଦେଖିବାକୁ ମିଳିଛି ।

ଏଲଡିଏ ସଂଗଠନର କାର୍ଯ୍ୟଶୈଳୀ କଣ ତାହା କେତେ ବୈଧ ତାହା ମଧ୍ୟ ତଦନ୍ତ ହେବା ଜରୁରୀ ବୋଲି ଦାବୀ କରିଛନ୍ତି ଲାଠୋର ଅଂଚଳର ଅନେକ ଗ୍ରାମବାସୀ । ଏଠାରୁ ସିଧାସଳଖ ପ୍ରମାଣିତ ହେଉଛି ଯେ ଖପ୍ରାଖୋଲ ଅଂଚଳର ଦୁର୍ମୁଲ୍ୟ ଅରଣ୍ୟ ସଂପଦର ସୁରକ୍ଷା ଚିନ୍ତା ନ କରି ଉକ୍ତ ସଂଗଠନର କର୍ମୀମାନେ ଦୁର୍ନୀତିଗ୍ରସ୍ତ ଏବଂ କର୍ତ୍ତବ୍ୟ ଅବହେଳା କରିଥିବା ରେଂଜର ଶ୍ରୀବତ୍ସ କୁମୁରା ଏବଂ ଫରେଷ୍ଟରଙ୍କୁ ଘଂଟ ଘୋଡାଇବା ଅଂଚଳ ପାଇଁ ବିପଦଜନକ ଏବଂ ଲଜ୍ୟାଜନକ ମଧ୍ୟ ।

ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ହେଲେ ଖବର ପ୍ରସାରଣ କରିଥିବା ସାମ୍ବାଦିକ ଓ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଗୋଡାଇ ଗୋଡାଇ ମାରିବାକୁ ଧମକ ଦେଇଥିଲେ କୁମୁରା । ପ୍ରଶ୍ନ ଉଠୁଛି, କାର୍ଯ୍ୟରେ ଅବହେଳା ଯୋଗୁଁ ଜିଲ୍ଲାର ୭ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ବେଳେ ବେଆଇନ କାମ କରି ଅପରାଧି ସାଜିଥିବା ଶ୍ରୀବତ୍ସ କୁମୁରାଙ୍କ ଉପରେ କାହିଁକି କାର୍ୟ୍ୟାନୁଷ୍ଠାନ ନିଆଯାଉନି ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା