Masthead

ବିଜେପି ସହିତ ୫୦-୫୦ ସିଟ ଚୁକ୍ତିରେ ରାଜି ହେଲେ ନିତୀଶ କୁମାର

ପାଟନା(ବଡ଼ ଖବର ବ୍ୟୁରୋ): ଆସନ୍ତା ଅକ୍ଟୋବର-ନଭେମ୍ବରରେ ବିହାରରେ ନିର୍ବାଚନ ତିନିଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ। ଗ୍ରାଣ୍ଡ୍ ଆଲାଏନ୍ସ ସିଟ୍ ସେୟାର୍ ଘୋଷଣା କରିଥିବାବେଳେ ଏନଡିଏ ମଧ୍ୟ ସିଟ୍ ସେୟାର୍ ଉପରେ ଅନ୍ତିମ ସିଲ୍ ଦେଇଛି ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ବିଜେପି ଓ ଜେଡିୟୁ ମଧ୍ୟରେ ୫୦-୫୦ ପ୍ରତିଶତ ଆସନ ବୁଝାମଣା ହୋଇଛି । ଏନେଇ ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ବିହାର ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥଲା । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତି ଥିଲେ ।
ବିହାର ବିଧାନସଭାର ମୋଟ ୨୪୩ ସିଟରୁ ୧୨୨ଟି ସିଟ ଜେଡିୟୁକୁ ମିଳିପାରେ ଏବଂ ୧୨୧ଟି ସିଟ ବିଜେପିକୁ ମିଳିବ । ଜେଡିୟୁର ୧୨୨ଟି ସିଟରୁ ୫ଟି ସିଟ ଜିତନ୍ ରାମ ମଞ୍ଜୀଙ୍କ ହିନ୍ଦୁସ୍ତାନି ଆବାମ ମୋର୍ଚାକୁ ଦେବ । ସେହିପରି ବିଜେପି ମଧ୍ୟ ତାର କୋଟାରୁ କିଛି ସିଟ ରାମ ବିଳାସ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ଦେବ । କିନ୍ତୁ ଲୋକ ଜନଶକ୍ତି ପାର୍ଟି ଏଥର ଅଧିକ ସିଟ୍ ପାଇଁ ଦାବି କରିଛି । ଏ ନେଇ ଚିରାଗ କୌଣସି ପରିସ୍ଥିତିରେ ବି ସାଲିସ କରିବାକୁ ପ୍ରସ୍ତୁତ ନାହାନ୍ତି । ସେ କଥା ବି କହିଛନ୍ତି ଯଦି ତାଙ୍କ ଦାବି ପୂରଣ ନ ହୁଏ ତେବେ ସେ ୧୪୩ଟି ଆସନରେ ୨୦୨୦ ନିର୍ବାଚନ ଲଢି଼ପାରିବେ । ନୀତିଶ ଏବଂ ମୋଦୀଙ୍କ ବିରୋଧରେ ମଧ୍ୟ ନିର୍ବାଚନକୁ ଓହ୍ଲାଇପାରନ୍ତି ବୋଲି ଚିରାଗ ପାଶୱାନ କହିଛନ୍ତି । ତେବେ ଏହି ବିବାଦରେ ଜେଡ଼ିୟୁ କହିଛି କି ବିହାରରେ ମହାମେଣ୍ଟ ବିଜେପି ସହ ରହିଛି ଏଲଜେପି ସହ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି