Masthead

ମୂର୍ତ୍ତିର ଉଚ୍ଚତାକୁ ନେଇ ଆସିପାରେ ନିଷ୍ପତି

କଟକ (ବଡ଼ ଖବର ବ୍ୟୁରୋ): କଟକରେ ମୂର୍ତ୍ତି ଉଚ୍ଚତାକୁ ନେଇ ଶାନ୍ତି କମିଟି ଓ ପୂଜା କମିଟି ସହ ସରକାରଙ୍କ ଆଲୋଚନା ଚାଲିଛି । ଦୀର୍ଘ ୮ଦିନ ଶାନ୍ତି ପୂର୍ଣ୍ଣ ଭାବେ ପୂର୍ଣ୍ଣପାର୍ବଣ ପାଇଁ ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକାରେ ପରିବର୍ତ୍ତନ ପାଇଁ କଟକ ସହରର ପ୍ରାୟ ୪୦ଗୋଟି ସାମାଜିକ ସଂଗଠନ ଠାରୁ ଆରମ୍ଭ କରି ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଧାରଣା ଦେଇଥିଲେ । ସହରର ବିଭିନ୍ନ ଛକ ମାନଙ୍କରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ କରିବା ପରେ କୌଣସି ପ୍ରଶାସନ ଅଧିକାରୀ ତାଙ୍କ ପାଖରେ ପହଞ୍ଚି ନଥିଲେ ।

ଯାହାକି ମୂର୍ତ୍ତି ଉଚ୍ଚତା ଓ ପରଦା ଆଢୁଆଳରେ ମା’ଙ୍କ ପୂଜାକୁ ବିରୋଧ କରି ବିଜେପି ଆସନ୍ତା ୧୩ ତାରିଖରେ କଟକ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ । ତାସହ ଶାସକ ଦଳ ବିଧାୟକ ସୌଭିକ୍ ବିଶ୍ବାଳ ମଧ୍ୟ ପ୍ରତିବାଦକାରୀଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ । ମୂର୍ତ୍ତି ନିର୍ମାଣ ପରମ୍ପରା ସହ ଜଡିତ ଛୋଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣିବା ପ୍ରସଙ୍ଗ ଲୋକଙ୍କ ଭାବାବେଗଙ୍କୁ ଆଘାତ କରୁଛି ବୋଲି ଶାସନ ବିଧାୟକ ମଧ୍ୟ କହିଛନ୍ତି ।

ମୂର୍ତ୍ତି ଉଚ୍ଚତା ଓ ପରଦା ଆଢୁଆଳରେ ମାଙ୍କ ପୂଜା କୁ ନେଇ  ଲାଗିଥିଲା ବିବାଦ । ଯାହାକି ଦୀର୍ଘ ଦିନ ପ୍ରତିବାଦ ପରେ ଆଜି ଶାନ୍ତି କମିଟି ଓ ପୂଜା କମିଟି ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଛନ୍ତି ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି