Masthead

ବାହାର ନେତାଙ୍କୁ ବିଦା କର: ଅଜୟ କୁମାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ପଂହଚିଲେ ସରକାରଙ୍କୁ ବର୍ଷିଲେ । ଓଡ଼ିଶାରେ ନୂଆ ରାଜ୍ୟ କଂଗ୍ରେସପ୍ରଭାରୀ ଅଜୟ କୁମାର । ବିମାନବନ୍ଦରରୁ ପିସିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି କରି ତାଙ୍କୁ ସ୍ୱାଗତ କରିଥିଲେ ଦଳର ନେତା ଓ କର୍ମୀ । ରାଜ୍ୟରେ ପହଂଚୁ ପହଂଚୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବାହାର ନେତାଙ୍କୁ ହଟାଇବାକୁ ଦେଇଛନ୍ତି ଆହ୍ୱାନ । ସେପଟେ କଂଗ୍ରେସ ପ୍ରଚାରୀଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ବିରୋଧୀ ରଖିଛନ୍ତି ପ୍ରତିକ୍ରିୟା । ସାଧାରଣ ନିର୍ବାଚନକୁ ଆଉ ନାହିଁ ସମୟ। ପାଗ ଭିଡ଼ିଲେଣି ରାଜନୈତିକ ଦଳ। ଏଆଇସିସି ମିଳିଲା ଦାୟିତ୍ଵ , ଓଡ଼ିଶା ଆସିଲେ ବର୍ଷିଲେ ଅଜୟ । ବିମାନବନ୍ଦରରୁ ନେଇ ପିସିସି କାର୍ଯ୍ୟାଳୟ ଯାଏଁ ବିରାଟ ପଟୁଆର ଆସିଲେ ରାଜ୍ୟ ପ୍ରଭାରୀ ଅଜୟ କୁମାର। ନେତା ଓ କର୍ମୀ ଦେଲେ ବଳ। କହିଲେ ରାଜ୍ୟରୁ ହଟାଅ ବାହାର ନେତା । ଆସୁ ଆସୁ ନେଲେ କାର୍ଯ୍ୟକାରିଣୀ ବୈଠକ। ସଂଗଠନ ସୁଦୃଢ଼ ପାଇଁ ନିଷ୍ପତ୍ତି ହୋଇଛି।

୨୦୨୪ ନିର୍ବାଚନ ଏକାଠି ହୋଇ ଲଢ଼ିବାକୁ ନିଷ୍ପତ୍ତି । ଟିକେଟ ବଣ୍ଟନ ପାଇଁ ବିଜୟ ସମ୍ଭାବନାକୁ ଗୁରୁତ୍ବ ଦିଆଯିବ। ନିଲମ୍ବିତ କଂଗ୍ରେସ ନେତାଙ୍କ ଉପରୁ ହଟିବ ନିଲମ୍ବନ ଆଦେଶ। ପ୍ରଥମେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ହଟିବ ନିଲମ୍ବିତ। ଉଠାଇବା ପାଇଁ ଏଆଇସିସି ଙ୍କ ନିକଟରେ ରଖିଛନ୍ତି ପ୍ରସ୍ତାବ। ସେପଟେ ବିଜେପି – ବିଜେଡି କହିଛନ୍ତି ଆମେ ଇଲେକ୍ସନକୁ ନେଇ ପ୍ରସ୍ତୁତ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି ଯିଏ ବି କଂଗ୍ରେସ ଓ ବିଜେଡ଼ିର ନିଅନ୍ତୁ ଦାୟିତ୍ଵ ଏଥର ଓଡ଼ିଶାରେ ସୁନିଶ୍ଚିତ ଭାଜପା ସରକାର। ତାଙ୍କ ଷ୍ଟ୍ରାଟେଜି ଦେବନି କାମ।

ମୋଦି ଗ୍ୟାରେଣ୍ଟିକୁ ରହିଛି ରାଜ୍ୟବାସୀଙ୍କ ଆଶା ବିଶ୍ୱାସ। ବିଜେଡି ବିଧାୟକ ଅମର ଶତପଥୀଙ୍କ ଯୁକ୍ତି ଓଡ଼ିଶା ଏବଂ ଓଡ଼ିଆଙ୍କୁ ଭୂଆଁ ବୁଲାଇ ପାରିବେନି ଜାତୀୟ ଦଳ ବିଜେପି କଂଗ୍ରେସ। ରାଜ୍ୟରେ କେବଳ ହିଁ ନବୀନ ନବୀନ। ଆମ ସରକାରକୁ ହିଁ ଆପଣାଇ ନେଇଛନ୍ତି ଆଗକୁ ମଧ୍ୟ ଆପଣାଇ ଚାଲିବା ପାଇଁ ମନସ୍ଥ କଲେଣି ଲୋକେ। ଭୋଟକୁ ନେଇ ନିର୍ବାଚନ କମିଶନଙ୍କ ତତ୍ପରତା। ରାଜ୍ୟ ରାଜନୀତିରେ ଉଷ୍ମତା। ଦଳ ଦିଆଠୁ ନେଇ ଆରମ୍ଭ ହେଲାଣି ପଦ ପଦବୀର ଅଦଳ ବଦଳ। ଦାୟିତ୍ଵ ନେଉ ନେଉ ୨୪ରେ ସରକାର ଗଢିବାର ଦେଲେଣି ସଂକେତ। ଇଲେକ୍ସନ ଫଳାଫଳ ଆସିଲେ ହିଁ ସ୍ପଷ୍ଟ ହେବ କାହା ପଲାରେ ପଡିଲା କେତେ ଭୋଟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ