ଦେଶ ଚଳାଇବାକୁ କୌଣସି ଯୋଗ୍ୟତା ବା ଡ଼ିଗ୍ରୀର ଆବଶ୍ୟକତା ନାହିଁ !

କାବୁଲ(ବଡ଼ ଖବର ବ୍ୟୁରୋ): ତାଲିବାନ ଆଫଗାନିସ୍ତାନରେ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଛନ୍ତି । ମଲ୍ଲିକା ମହମ୍ମଦ ହାସନ ଆଫଗାନିସ୍ତାନ ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ଶେଖ ମୌଲଭି ନୁରଲା ମୁନିରଙ୍କୁ ଶିକ୍ଷାମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ସରକାର ଗଠନ ହେବାର କିଛି ସମୟ ପରେ ହିଁ ତାଲିବାନ ତା’ର ନିଷ୍ପତ୍ତି ଘୋଷଣା କରିଥିବାର ଦେଖିବାକୁ ମିଳିଛି । ଶିକ୍ଷାମନ୍ତ୍ରାଳୟର ଦାୟିତ୍ୱରେ ଥିବା ନୁରଲା ମୁନିର ନିଜର ବିବାଦୀୟ ମନ୍ତବ୍ୟ ଦେଇ ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରିଛନ୍ତି ।

ତେବେ ଆଜିର ସମୟରେ ପିଏଚଡ଼ି କିମ୍ବା ଅନ୍ୟାନ୍ୟ ମାଷ୍ଟରଡ଼ିଗ୍ରୀ କରିବା ମୁର୍ଖାମୀ ବୋଲି କହିଛନ୍ତି । କାହିଁକି ନା ଆମର କୌଣସି ଡ଼ିଗ୍ରୀ ନାହିଁ ତଥାପି ଆମେ ସରକାର ଚଳାଉଛୁ । ତେଣୁ ଆଜିର ସମୟରେ କୌଣସି ପ୍ରକାରର ପିଏଚଡ଼ି କିମ୍ବା ମାଷ୍ଟର ଡ଼ିଗ୍ରୀର ଆବଶ୍ୟକତା ନାହିଁ । ଅପରପକ୍ଷରେ ତାଲିବାନ ସରକାର ଗଠନ କରିବା ପୂର୍ବରୁ ହିଁ ଅନେକ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ କରିଥିଲା । ଯେପରିକି କଲେଜ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରଦା ପକାଇବା । ବିଶ୍ୱବିଦ୍ୟାଳୟ ଗୁଡ଼ିକର ସୁବିଧା ଅନୁଯାୟୀ ବାଳିକା ଛାତ୍ରମାନଙ୍କ ପାଇଁ ମହିଳା ଶିକ୍ଷକ ନିଯୁକ୍ତ କରିବା ଆବଶ୍ୟକ । ଯଦି ଏହା ସମ୍ଭବ ନୁହେଁ ତାହାଲେ ସୋମାନେ ବୟସ୍କ ଅଧ୍ୟାପକଙ୍କୁ ନିୁଯୁକ୍ତ କରନ୍ତୁ । ଯେଉଁମାନଙ୍କର ଭଲ ଚରିତ୍ର ଅଛି ବୋଲି ତାଲିବାନ ସ୍ପଷ୍ଟ କରିଛି । ଏହା ସହ ମହିଳାଙ୍କୁ ପୁରୁଷ ଛାତ୍ରଙ୍କ ଠାରୁ ଅଲଗା ରହିବାକୁ କୁହାଯାଇଥିଲା ।

ଏପରିକି ସେମାନେ ପୁରୁଷ ଛାତ୍ରଙ୍କ ଠାରୁ ୫ ମିନିଟ ପୂର୍ବରୁ ନିଜର କାର୍ଯ୍ୟ ସମାପ୍ତ କରିବା ଉଚିତ । ଯାହା ଦ୍ୱାରା ସେମାନଙ୍କୁ ବାହାରେ ପୁରୁଷଙ୍କ ସାମ୍ନା କରିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି । ଅପରପକ୍ଷେ ଶିକ୍ଷାକ୍ଷେତ୍ରରେ ଅନେକ ପରିବର୍ତ୍ତନ କରିଥିଲା ତାଲିବାନ । ହେଲେ ବର୍ତ୍ତମାନ ପିଏଚଡ଼ି ଓ ମାଷ୍ଟରଡ଼ିଗ୍ରୀକୁ ଅଦରକାରୀ କହି ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ତାଲିବାନ । କେବଳ ଏତିକି ନୁହେଁ ବରଂ ୨୦୦୧ ମସିହାରେ ତାଲିବାନ ଶାସନ ଶେଷ ହେବା ପରଠାରୁ ଆଧୁନିକ ଶିକ୍ଷା ଉପରେ ଧ୍ୟାନ ଦେଇଥିବା ଘରୋଇ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଉପରେ ତାଲିବାନ କଟକଣା ଆରମ୍ଭ କରିଥିବାର ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ