ବ୍ରହ୍ମପୁତ୍ର ନଦୀରେ ଦୁର୍ଘଟଣା; ବୁଡ଼ିଗଲା ଯାତ୍ରୀବାହୀ ଫେରି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସାମର ବ୍ରହ୍ମପୁତ୍ର ନଦୀରେ ଦୁଇ ଯାତ୍ରୀବାହୀ ଫେରି ମଧ୍ୟରେ ଦୁର୍ଘଟଣା ଘଟିଛି । ଫଳରେ ଗୋଟିଏ ଫେରି ବୁଡ଼ି ଯାଇଥିବାର ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୧୨ ଜଣ ନିଖୋଜ ହୋଇଛନ୍ତି । ପରାହ୍ନ ପ୍ରାୟ ୪ଟା ବେଳେ ମାଜୁଲୀର କମଲାବାରୀ ଓ ଜୋରହଟର ନେମାଟି ଘାଟ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ନେମାଟି ଘାଟରୁ ପ୍ରାୟ ୧୦୦ ମିଟର ଦୂରରେ ହୋଇଛି।

ବଡ଼ ଯାତ୍ରୀବାହୀ ଫେରିଟି ଘାଟ ଛାଡୁଥିବା ବେଳେ କମଲାବାରି ପଟକୁ ଯାଉଥିବା ଏକ ଛୋଟ ଫେରି ଆସି ପିଟି ହୋଇଯାଇଥିଲା। ଫଳରେ ଫେରିଟି ଓଲଟି ପଡି ବୁଡି ଯାଇଥିବା ଜଣାପଡିଛି। ଦୁର୍ଘଟଣା ବେଳେ ଉଭୟ ଫେରିରେ ଶତାଧିକ ଯାତ୍ରୀ ଥିଲେ। ତେବେ ଛୋଟ ଫେରିରେ ଯାତ୍ରା କରୁଥିବା ଲୋକେ ନଦୀ ସୁଅରେ ଭାସି ଯାଇଥିବାର ଆଶଙ୍କା କରାଯାଛି। ସୂଚନା ପାଇ ରାଜ୍ୟ ବିପର୍ୟ୍ୟୟ ପ୍ରସମନ ବଳ ଓ ଏନଡିଆରଏଫ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ପରିଚାଳନା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ