Masthead

ପୋଖରୀ ଟଙ୍କା ଖାଇଗଲେ ସରପଞ୍ଚ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ଆଦର୍ଶ ପଞ୍ଚାୟତ ପୋଖରୀ ଖୋଳା ନାଆଁରେ ଚଞ୍ଚକତା। ଖୋଳା ନାଆଁରେ ହଜାର ହଜାର ଟ୍ରିପ ମାଟି ବିକିଦେଲେ ସରପଞ୍ଚ। ପୋଖରୀ ଅବସ୍ଥା ଯଥା ପୂର୍ବଂ ତଥା ପର। ପଞ୍ଚାୟତଟି ଦୁର୍ନୀତିରେ ବୁଡିରହିଥିବା ବେଳେ ଅଭିଯୋଗ କଲେ ବି ଶୁଣୁନି ପ୍ରଶାସନ। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀଙ୍କୁ ହାତବାରିସୀ କରି ସରପଞ୍ଚ ଲୁଟିଚାଲିଛନ୍ତି ସରକାରୀ ଯୋଜନା ଅର୍ଥ।

ପଞ୍ଚାୟତ କାର୍ଯ୍ୟାଳୟକୁ ଲାଗିଥିବା ଗୋବିନ୍ଦପୁର ପଦ୍ମପୋଖରୀକୁ ଆଦର୍ଶ ପୋଖରୀ କରିବା ପାଇଁ ଟି.ଏଫ.ସି ଓ ସି.ଏଫ.ସି ଫଣ୍ଡରୁ ୪ ଲକ୍ଷ ଟଙ୍କା ଲେଖାଏଁ ଆଠଲକ୍ଷ ଓ ଆମ ଗାଁ, ଆମ ବିକାଶ ଯୋଜନାରୁ ଦୁଇଲକ୍ଷ ସମୁଦାୟ ଦଶଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ପୋଖରୀ ଖୋଳା ନାଁରେ ପାଖ ଦଣ୍ଡା ତାଡି ହଜାର ହଜାର ଟ୍ରିପ୍ ମାଟି ବିକ୍ରି କରିଦିଆଯାଇଥିବା ଅଭିଯୋଗ ହୋଇଛି। ପୋଖରୀ ଦୁଇପାର୍ଶ୍ୱରେ ନିମ୍ନମାନର ତୁଠ ନିର୍ମାଣ କରାଯାଇଛି। ପୋଖରୀର ୯୦ପ୍ରତିଶତ ମାଟିକୁ ପୋଖରୀ ହୁଡା ଓ ପାଖ ଦଣ୍ଡାରେ ନପକାଇ ବିକ୍ରି କରିଦିଆଯାଇଛି।ପୋଖରୀରେ ଦଶଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏହା ଚଳନକ୍ଷମ ହୋଇପାରିନାହିଁ।

ଏସମ୍ପର୍କରେ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଖୋଦ ପଞ୍ଚାୟତର ସମିତି ସଭ୍ୟ ଓ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ପଞ୍ଚାୟତର କାର୍ଯ୍ୟନିର୍ବାହୀ, ଯନ୍ତ୍ରୀ ଓ ବିଡିଓଙ୍କୁ କରାୟତ କରି ପଞ୍ଚାୟତକୁ ଆସୁଥିବା ଜନକଲ୍ୟାଣ ଯୋଜନାକୁ ସରପଞ୍ଚ ଲୁଟିଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି।ବିଦ୍ୟାଳୟ ପାଚେରୀ ନିର୍ମାଣରେ ଚଞ୍ଚକତା କରାଯାଇଥିବାରୁ ପଞ୍ଚାୟତ କାର୍ୟ୍ୟନିର୍ବାହୀ ନାଁରେ ତିର୍ତ୍ତୋଲ ଥାନାରେ ଏତଲାକୁ ଦିଆଯାଇଛି।

ଦୁର୍ନୀତି ସମ୍ପର୍କରେ ପଞ୍ଚାୟତବାସୀ ବ୍ଲକ ଘେରାଉ କରିବା ସହ ବ୍ଲକ ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ସାରିଛନ୍ତି ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି।ଘଟଣାର ଉଚ୍ଚସ୍ତରୀୟ କିମ୍ବା ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଯିବାକୁ ଦାବି ହୋଇଛି।ଦୁର୍ନୀତି ସମ୍ପର୍କରେ ସରପଞ୍ଚ ମୁହଁ ଖୋଲୁନଥିବାବେଳେ ଗଣମାଧ୍ୟମ ଆଗରେ ମତାମତ ନଦେବାକୁ ଜିଲ୍ଲାପାଳଙ୍କ ହୁଇପ ଜାରି କରିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼