Masthead

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଜଟଣୀ ସହର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗଣେଶ ପୂଜା ପାଇଁ ଚଳ ଚଞ୍ଚଳଜଟଣୀ ସହର। ରାତି ପାଇଲେ ମଣ୍ଡପରେ ପୂଜା ପାଇବେ ବିଘ୍ନବିନାଷକ ଗଣେଶ। ସେଥିପାଇଁ ଜଟଣୀର ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମଣ୍ଡପ ନିର୍ମାଣରେ ଲାଗିପଡିଛନ୍ତି । ସେପଟେ ମୂର୍ତ୍ତି କାରିଗରମାନେ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ । ବଜାରରେ ବିକ୍ରି ହେଉଛି ବିଭିନ୍ନ କିସମର ଗଣେଶ ମୂର୍ତ୍ତି। ସ୍ଥାନୀୟ ମୂର୍ତ୍ତି କାରିଗରମାନେ କମ ସଂଖ୍ୟକ ମୂର୍ତ୍ତି ନିର୍ମାଣ କାରିଥିବାରୁ କଲିକତା ମୂର୍ତ୍ତିର ଚାହିଦା ବେଶ ବଢିଯାଇଛି ।

ଅନ୍ୟପଟେ ଆସନ୍ତା କାଲିଠାରୁ ଦୀର୍ଘ ୧୧ ଦିନ ପର୍ୟ୍ୟନ୍ତ ଜଟଣୀର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ବିଘ୍ନବିନାଷକ । ଚଳିତ ବର୍ଷ କୋଭିଡ୍ ଗାଇଡ଼ ଲାଇନ ଅନୁଯାୟୀ ପୂଜା କରିବା ପାଇଁ ବ୍ୟବସ୍ଥା ହୋଇଛି । ମୂର୍ତ୍ତି ର ଉଚ୍ଚତା ୪ଫୁଟ ରହିବା ସହ ମଣ୍ଡପର ତିନି ପାଖ ପରଦାରେ ବନ୍ଦ କରିବାର ବ୍ୟବସ୍ଥା ହୋଇଛି। ଜଟଣୀର ମୁଖ୍ୟ ମଣ୍ଡପରେ ପ୍ରଭୁ ଗଣେଶଙ୍କ ସହ ମାତା ଲଷ୍ମୀ ଓ ସରସ୍ୱତୀ ପୂଜା ପାଇବେ। ଅନ୍ୟ ମଣ୍ଡପ ମାନଙ୍କରେ କେବଳ ଗଣେଶ ପୂଜା ପାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ